ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଶହୀଦ ସପ୍ତାହ

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ଘଞ୍ଚ ଜଙ୍ଗଲ ଭିତରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଶହୀଦ ସପ୍ତାହର ଶେଷ ଦିନରେ ପାଳିଲେ ମାଓବାଦୀ । ପି.ଏଲ.ଜି.ଏ ସପ୍ତାହ ଶେଷ ଦିନରେ ଭାଇରାଲ କଲେ ଶହୀଦ ସପ୍ତାହ ର ଭିଡିଓ । ଶହ ଶହ ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଚଳିତ ବର୍ଷ ନିଜର ଶହୀଦ ସାଥୀଙ୍କୁ ମନେ ପକାଇବା ଅବସରରେ ଶହ ଶହ ଆଦିବାସୀ ଲୋକଙ୍କ ସହ ମିଶି ପାଳନ କରିଛନ୍ତି ଶହୀଦ ସପ୍ତାହ ଅର୍ଥାତ ପି.ଏଲ.ଜି.ଏ ସପ୍ତାହ । ଏହି ଭାଇରାଲ ହୋଇଥିବା ଭିଯୁଆଲ ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ନାଚଗୀତ ମାଧ୍ୟରେ ଶହୀଦ ଦିବସ ପାଳନ କରୁଛନ୍ତି ମାଓବାଦୀ। ଉପାନ୍ତ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଓବାଦୀ ସଙ୍ଗଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ମାଓ ସଙ୍ଗଠନ ପୋଲିସ ଓ ସରକାର ଙ୍କ ନିକଟରେ ପୁଣି ଥରେ ନିଜର ସ୍ଥିତିକୁ ଜାହିର କରିଛନ୍ତି । ତେବେ ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ଛତିଶଗଡ଼ ପୋଲିସ ପକ୍ଷରୁ କୌଣସି ପ୍ରକାଶ ସ୍ୱଷ୍ଟିକରଣ ପ୍ରଦାନ କରାଯାଇ ନଥିବା ବେଳେ ତାହା କେଉଁ ଅଂଚଳର ସେ ବିଷୟରେ ସରବିଶେଷ ତଥ୍ୟ ଜଣା ପଡ଼ିନାହିଁ ।

ad-week
Leave A Reply

Your email address will not be published.