ଗ୍ରାହକ ସେବାକେନ୍ଦ୍ର ରୁ ତାଲାକାଟି ୩୦ହଜାର ଟଙ୍କା ଲୁଟ

add-all

ମାଲକାନଗିରି କାଲିମେଳା : କୋଇମେଟଳା ସ୍ଥିତ ଗ୍ରାହକ ସେବାକେନ୍ଦ୍ର ରୁ ଚୋରି ପୋଲିସ ପକ୍ଷରୁ ଖବର ପାଇ ତନାଘନା ଜାରି।ଏହି ପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ସଦରମହକୁମାରେ l ଘଟଣାରୁ ଦେଖିବାକୁ ମିଳିଛି କୋଈମେଟଲା ସଦର ମହକୁମା ରେ ଖୋଲିଥିବା SBI ଗ୍ରାହକ ସେବା କେନ୍ଦ୍ର ଟି ଦୀର୍ଘ ଦେଢ଼ ବର୍ଷ ତଳେ ବିନୟ ରାୟ ନାମଙ୍କ ଯୁବକ ଖୋଲି ଲୋକମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିଲା ବେଳେ ଗତ କାଲି ରାତିରେ ବିନୟ ରାୟ କେନ୍ଦ୍ରରେ କାମ ସାରି କେନ୍ଦ୍ର ର ସଟର ର ଉଭୟ ପାର୍ଶ୍ଵରେ ଡବଲ ଲକ ତାଲା ପକାଇ ସବୁଦିନ ଭଳି ଘରକୁ ଚାଲି ଯାଇ ଥିଲେ ଆଜି ସକାଳେ କେନ୍ଦ୍ର ଖୋଲିବାକୁ ଆସି ଦେଖି ଥିଲେ ଉଭୟ ପାର୍ଶ୍ଵ ର ତାଲା ନାହିଁ ଖୋଲି ଦେଖିଥିଲେ ସମସ୍ତ କମ୍ପୁଟର ଓ କାଗଜ ପତ୍ର ସବୁ ଠିକ ଅଛି କିନ୍ତୁ ଡ୍ର ମଧ୍ୟରେ ଥିବା ୨୮ରୁ ୩୦ ହଜାର ଟଙ୍କା ଥିଲା ତାହା କେହି ଦୁବୃତ୍ତ ଭାଙ୍ଗି ନେଇ ଯାଇଛି l ବିନୟ ଏହାକୁ ନେଇ ଥାନାରେ ଲିଖିତ ଜଣାଇ ଛନ୍ତି ଥାନା ଏସ ଆଇ ଦ୍ରୋଣା ଚାର୍ଯ୍ୟ ସୁନାନୀ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

ଗ୍ରାହକ ସେବା କେନ୍ଦ୍ର ରୁ ଚୋରି ହେବା ଖବର ପାଇ ପୋଲିସ ପହଞ୍ଚି ବା ପୂର୍ବରୁ ଆଖ ପାଖ ର ଅନେକ ଲୋକ ମାନେ ଭିତରେ ପଶି ହାତ ମାରି ଦେଖା ଦେଖି କରିଥିବାରୁ ପୋଲିସ ପାଇଁ ସମସ୍ୟା ସୃଷ୍ଟି ହୋଇଛି ଏବେ କିପରି ଚୋରି କରିଥିବା ଦୃବୁତ କୁ ଧରି ପାରିବ ତାହା ଏବେ ପୋଲିସ ପାଇଁ ସମସ୍ୟା ଉପୁଜିଛି l

ad-week
Leave A Reply

Your email address will not be published.