ଦୁର୍ଗମ ଅଞ୍ଚଳର ଦୁଃଖ ବୁଝିବ କିଏ ? ଜନ ପ୍ରତିନିଧି ନା ପ୍ରଶାସନ..? ଏଠାରେ ସବୁ ଜଳକା..!

youtube

ଉମରକୋଟ : ଭାରତ ସ୍ବାଧୀନ ହେବାର ୭୬ ବର୍ଷ ପରେ ବି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଆଜିବି ଅବହେଳିତ ଏହି ଅଞ୍ଚଳ ରେ ନା ଅଛି ଭଲ ରାସ୍ତା ଟିଏ ନା ଅଛି ସରକାରୀ ବ୍ୟବସ୍ଥା, ଏହି ଅଞ୍ଚଳ ରେ ଏଭଳି ଦୁର୍ଗମ ଅଞ୍ଚଳ ଅଛି ଯଦି ସେଠାରେ କୌଣସି ଅଚାନକ ଦୁର୍ଘଟଣା ଘଟିଲେ ତାହାର ନିରାକରଣ ର କିଛି ବ୍ୟବସ୍ଥା ବା ସୁବିଧା କରୁ କରୁ ବ୍ୟକ୍ତି ମୃତ୍ୟୁ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି l ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତ ର ଭତାଝୋରୀ, ସାଲେଭାଟା, ସିନ୍ଧିବୋର୍ଲି, ଖାଲିଆପାଡ଼ା, ଲୁଈସାଈ, ଖାଡ଼ିପାଣି, ଭାତାପାଣି, ବିୟରପାଣି,ସର୍ଗିପାଣି, କଦୁପାଣି, ସାହାରାଝୋଲା ଓ କଲୋମନାଲ ଏହି ସବୁ ଗାଁକୁ ଯିବାପାଇଁ କୌଣସି ଭଲ ରାସ୍ତା ନାହିଁ, ଯୋଉଁ ରାସ୍ତା ଅଛି ସେହି ରାସ୍ତାରେ ଯାତାୟତ କରିବା ଅସମ୍ଭବ l ମୁଣ୍ଡିବେଡ଼ା ପଞ୍ଚାୟତ ରୁ ଏହି ଗ୍ରାମର ଦୂରତ୍ୱ ପ୍ରାୟ କୋଡ଼ିଏ କିଲୋମିଟର l ଏହି ଦୁର୍ଗମ ଅଞ୍ଚଳରେ ପ୍ରସୂତି ମହିଳା କିମ୍ବା କୌଣସି ଜରୁରୀ କାଳୀନ ରୋଗୀକୁ ରାଇଘର ମୁଖ୍ୟ ଚିକିତ୍ସାଲୟ କୁ ଆଣିବା ପାଇଁ ମଧ୍ୟ ବହୁତ କଷ୍ଟ ହୁଏ l ବାଗବେଡା ଗ୍ରାମଠାରୁ ଅନ୍ତିମ ଗାଁ କଲମନାଳ ଗାଁକୁ ଯିବା ପାଇଁ ରାସ୍ତା ଏତେ ଖରାପ ଯେ ଏହାକୁ ଅତିକ୍ରମ କରିବାକୁ ଦୁଇ ରୁ ତିନି ଘଣ୍ଟା ସମୟ ଲାଗେ, ଏହାର ଦୂରତା ମାତ୍ର କୋଡ଼ିଏ କିଲୋମିଟର l ବାଗବେଡା ଠାରୁ କଲମନାଳ ଗାଁକୁ ଯିବାପାଇଁ ଭଲ ରାସ୍ତାର ନା ଗନ୍ଧ ନାହିଁ କିନ୍ତୁ ଏହି ରାସ୍ତାର ମଝିରେ ମଝିରେ ପୋଲ ସବୁ ତିଆରି ହେଇଛି l ଯାହାକି ମୂଳକୁ ମାଇପ ନାହିଁ ପୁଅ ନା ଗୋପାଳିଆ l ରାସ୍ତାର ନା ନାହିଁ ତହିଁରେ ପୋଲ ତିଆରି ହେବା ଏହିପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଲା ରାଇଘର ବ୍ଲକର ମୁଣ୍ଡିବେଡ଼ା ପଞ୍ଚାୟତରେ l ସରକାରୀ ବାବୁ ମାନେ ସରକାରୀ ଅନୁଦାନ କୁ ଦିନ ଦିପହର ରେ ଲୁଟି ଚାଲିଥିବା ଦୃଶ୍ୟ କେବଳ ଏହି ଅଞ୍ଚଳ ରେ ଦେଖିବାକୁ ମିଳେ, ଏହି ପରିପେକ୍ଷି ରେ ମୁଣ୍ଡିବେଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀ ନନ୍ଦୁ ଲାଲ ମାଝୀ କୁ ପଚାରିବାରୁ କହିଲେ 2002 ରେ ମୁଣ୍ଡିବେଡ଼ା ପଞ୍ଚାଏତ ଆରମ୍ଭ ହେଲା କିନ୍ତୁ ଏହି ୨0 ବର୍ଷ ଭିତରେ ନା ସରପଞ୍ଚ , ନା ଜ଼ିଲ୍ଲା ପ୍ରଶାସନ ର ନଜର ଏହି ଅଞ୍ଚଳ ପ୍ରତି ପଡ଼ୁ ନାହିଁ ଯାହାକୁ ନେଇ ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି, ରାହିଘର ବ୍ଲକ ସରକାରଙ୍କ ସାବତ ପୁଅ କହିଲେ କିଛି ଭୁଲ ହେବ ନାହିଁ ଳ ଯାହାବି ସରକାରଙ୍କ ଅନୁଦାନ ଆସୁଛି ଏହି ବ୍ଲକ ର ବାବୁ ମାନେ ଭାଗବାଣ୍ଟି ସରକାରୀ ଧନ କୁ ଆତ୍ମସାତ କରୁଛନ୍ତି ଯାହାକୁ ନେଇ ବାରମ୍ବାର ଅନେକ ଗଣମାଧ୍ୟମ ରେ ପ୍ରକାଶିତ ହେଲେ ସୁଦ୍ଧା ଫଳ ଶୂନ..! ଜିଲ୍ଲା ପ୍ରଶାସନ ମଧ୍ୟ ରାଇଘର ବ୍ଲକର ବାବୁ ମାନଙ୍କ ଦୁର୍ନୀତି କୁ ଘଣ୍ଟ ଘୋଡାଇ ଚାଲିଛି l ଏହି ବ୍ଲକ ର ଅନେକ ଅଞ୍ଚଳ ରେ ଭଲ ରାସ୍ତାଟିଏ ବି ନାହିଁ ଅନେକ ରାସ୍ତାରେ ସାମାନ୍ୟ ମଟର ସାଇକେଲ ଯିବାପାଇଁ ମଧ୍ୟ କଷ୍ଟ କର,ଏଠାକାର ଗ୍ରାମବାସୀ ନିତିଦିନ ଏହି ରାସ୍ତାରେ କେହି ନା କେହି ଆସିବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି , ଯଥା ଶୀଘ୍ର ସରପଞ୍ଚ, ଜପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମୁଣ୍ଡିବେଡ଼ା ପଞ୍ଚାୟତର ବାଗବେଡା ଗ୍ରାମରୁ କଲମନାଳ ଗ୍ରାମକୁ ଯିବା ରାସ୍ତାକୁ ଅନୁମୋଦନ କଲେ ଏହି ଦୁର୍ଗମ ଅଞ୍ଚଳର ଦୁଃଖ କେବେ ଦୂର ହେବ ବୋଲି ଗାଁର ବୁଦ୍ଧିଜୀବି ମାନେ ମତ ଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.