ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

add-all

ହିଞ୍ଜିଳିକାଟୁ ୧୦।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ର ବ୍ୟବସାୟୀ ସୁରେନ୍ଦ୍ର ପାଢୀ ଙ୍କ ର ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋକ ଶୁକ୍ରବାର ବ୍ରହ୍ମପୁର ଵଡ ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅଵସ୍ତାରେ ଶନିବାର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବାପରେ ହିଞ୍ଜିଳିକାଟୁ ପୌରାଚଂଳ ସହ ଆଖପାଖ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ସ୍ବର୍ଗତ ପାଢୀ ଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ରେ ସମ୍ପନ୍ନ ହୋଇଛି। । ସ୍ବର୍ଗତ ପାଢୀ ଦୁରାରୋଗରେ ପୀଡିତ ଥିଲେ । ସ୍ୱର୍ଗତ ପାଢ଼ୀ ଜଣେ ହୋଟେଲ ମାଲିକ ସହ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଲୋକପ୍ରିୟ ହୋଇ ପାରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ଦୁଇ ଝିଅ, ପୂଅ ମୁନା ପାଢୀ, ପୁତୁରା କୁନା ,ନାତିନାତୁଣି ଵୋହୁ ପୂର୍ବତନ କାଉନସିଲର ଗିତା ପାଣିଗ୍ରାହୀ ଓ ଦୁଇ ଜ୍ବାଇଁ ଙ୍କ ସହ ଧର୍ମପତ୍ନୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.