ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର…

youtube

ଛତ୍ରପୁର: ଛତ୍ରପୁର ଥାନା ଅଧିନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧିନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା (୧୫)। ରୋଜା ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା ବାଳିକା ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ।
ଗତ ରାତିରେ ସେ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ପ୍ରାୟ ରାତି ୪ଟାରେ ସେ ଅସୁସ୍ଥତା ଅନୁଭବ କରିବା ସହ ବାନ୍ତି କରିବାରୁ ୱାର୍ଡନ ଜଣକ ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ ଅବସ୍ଥାରେ ସୁଧାର ଆସିନଥିଲା। ଛାତ୍ରୀଙ୍କ ଅଵସ୍ଥା ଗୁରୁତର ହେବାରୁ ଆଜି ସକାଳୁ ବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ଛତ୍ରପୁର ମେଡିକାଲ ଆଣିଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ଛତ୍ରପୁର ପୁଲିସ ଏବଂ ସାଇଣ୍ଟିଫିକ ସନ୍ଧାନୀ କୁକୁର ପହଁଚି ତଦନ୍ତ କରିଛନ୍ତି। ଏହି ଘଟଣା ପାଇଁ ପରିବାର ଲୋକେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପରିବାରର କହିବା ଅନୁଯାୟୀ, ଝିଅ ସକାଳ ୪ଟା ବେଳେ ଅସୁସ୍ଥତା ଅନୁଭବ କରିଥିବା ବେଳେ ମେଡ଼ିକାଲ ନିକଟରେ ଥିବା ସ୍ୱତ୍ତ୍ୱେ ମଧ୍ୟ ସକାଳ ୬ଟା ପରେ ମେଡ଼ିକାଲ ଅଣା ଯାଇଥିଲା ଏଣୁ ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା କହିଛନ୍ତି ମୃତ ଛାତ୍ରୀଙ୍କ ବାପା। ଖବର ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ପହଂଚି ଗୁରୁ କଲ୍ୟାଣ ଛାତ୍ର ପାଣ୍ଠିରୁ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.