ଟ୍ରାଫିକ୍ ନିୟମକୁ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ଟ୍ରାଫିକ୍ ନିୟମକୁ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସିଟି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ଏମ୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ିଏସ୍‌ପି ଅକ୍ଷୟ କୁମାର ନାୟକ ଯୋଗଦେଇ ଛାତ୍ର ମାନଙ୍କୁ ଟ୍ରାଫିକ୍‌ର ବିଭିନ୍ନ ନୀୟମ ଉପରେ ସଚେତନ କରିଥିଲେ । ଟ୍ରାଫିକ୍‌ରେ ରହିଥିବା ବିଭିନ୍ନ ନୀୟମ, ଆଇନ , ଏବଂ ଟ୍ରାଫିକ୍ ଛକରେ ରହିଥିବା ବିଭିନ୍ନ ସଙ୍କେତ କୁ ମାନି କିଭଳି ସୁରକ୍ଷିତ ଭାବେ କିପରି ଯାତାୟତ କରିବେ, ରାସ୍ତାରେ ଗଲା ବେଳେ ବାମ ପଟେ ଯାତାୟତ କରିବା, ଏବଂ ଟ୍ରାଫିକ୍ ନୀୟମକୁ ଉଲଘଂନ ନକରି ପୋଲିସକୁ ସହଯୋଗ କରିବା ପାଇଁ ସେ ଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ ।

ଯଦି ଶିଶୁ ମାନେ ହେଲେ ଦେଶର ଆଗାମୀ ଭବିଷ୍ୟତ, ସେମାନେ ସଚେତନ ହେଲେ ଆଗାମୀ ଦିନରେ ଟ୍ରଫିକ ସମସ୍ୟା ଉପୁଜିବ ନାହିଁ ବୋଲି ଏହି ଅବସରରେ ଟ୍ରାଫିକ୍ ଥାନା ଅଧିକାରୀ ରାମ ସୁବ୍ରମନିୟମ୍‌ ନିଜ ବକ୍ତବ୍ୟ ରେ କହିଥିଲେ।, ପ୍ରଧାନଶିକ୍ଷକ କନକ ଭୂଷଣ ମାଝୀ ଯୋଗଦେଇ ଛାତ୍ର ଙ୍କ ଟ୍ରାଫିକ୍ ସଚେତନତା ନେଇ ବୁଝାଇବା ସହିତ ବେଆଇନ ପାର୍କିଂ ଯୋଗୁଁ ଅଧିକ ଟ୍ରାଫିକ ସମସ୍ୟା ଉପୁଜିଥିବା ଆଲୋକପାତ କରିଥିଲେ ।ଏହି ଅବସରରେ ସ୍କୁଲର ବହୁ ଛାତ୍ର ସହ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.