
ବ୍ରହ୍ମପୁର : ସ୍ଥାନୀୟ ଗୋସାଇଁନୂଆଗାଁ ବ୍ରହ୍ମପୁର ଉତ୍ତେରେଶ୍ୱର ଭବନ କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଦକ୍ଷିଣ ଓଡିଶା ବିଦ୍ୟୁତ୍ ବିତରଣ ଶାଖା ପକ୍ଷରୁ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ଏକ ବନ୍ଧୁ ମିଳନ ସମାରୋହ ଓ ଟିପି ଏସୋଡ଼ିଏଲ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ କରାଯାଇଥିଲା, ଉକ୍ତ ସମାରୋହ ଓ ପ୍ରଶିକ୍ଷଣ ଶିବିରକୁ ମହାସଂଘର କାଯ୍ୟକlରି ସଭାପତି ରାଜୀବ ମହାନ୍ତି, ଛତ୍ରପୁର ବିଧ୍ୟାୟକ ସୁବାସ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଅମର ଯୁମର ପ୍ରତାପ ସିଂଙ୍କ ସହ ଆଇ ଆଇ ହେଡ଼ ପଙ୍କଜ ପରିଡା, TPSODL, ER ସୁନିଲ ସ୍ୱାଇଁ, ସାଧାରଣ ସମ୍ପାଦକ ଡିଗ୍ରୀ ଇଂଞ୍ଜିନି୍ୟର ଆସୋସିଏସନ TPSODL, ସମେତ ହେମନ୍ତ ମିଶ୍ର ଓ ଦୁର୍ଗାମାଧବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଦ୍ୱୀପ ପ୍ରଜଳନ୍ନ କରି ସମାରୋହ କୁ ଉଦଘାଟନ କରିଥିଲେ l ଉପସ୍ଥିତ ଥିବା ବକ୍ତା ମାନେ ବିଦ୍ୟୁତ୍ ଶ୍ରମିକଙ୍କ ମାର୍ଗଦର୍ଶକ କରିବା ସହ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଦକ୍ଷିଣ ଓଡିଶା ବିଦ୍ୟୁତ୍ ବିତରଣ ସଂସ୍ଥା ରେ କାର୍ଯ୍ୟ କରୁଥିବା ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ସମସ୍ତ ସମସ୍ୟା ଗୁଡିକୁ ଆଗାମୀ ଦିନରେ ସମାଧାନ କରିବା ସହ ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟରତ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ଭିତରେ ଥିବା ପ୍ରଭେଦ କୁ ଦୂର କରି ବିନା ବୟସ ସୀମାରେ ସମସ୍ତ ନଂନ ଆଈଟିଆଇ / ନଂନ ମାଟ୍ରିକ ପାସ ବିଦ୍ୟୁତ୍ ଶ୍ରମିକଙ୍କୁ ଏକକ ନିଶୁକ୍ଳ ପଶିକ୍ଷଣ ପ୍ରଦାନ କରିବାର ସମୟ ବ୍ୟବସ୍ଥା କରିବା ସହ ELBO ରେ ଥିବା ମାନଦଣ୍ଡ କୁ ଆଧାର କରି ସମସ୍ତ ବିଦ୍ୟୁତ୍ ଶ୍ରମିକଙ୍କୁ ସହାୟକ ଲାଇନମେନ ପଦବୀରେ ଥଇଥାନ ସହ ଗ୍ରାଜୁଏଟ ପାସ କରିଥିବା ଶ୍ରମିକ କର୍ମଚାରୀଙ୍କ ଅନ୍ୟାନ୍ୟ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଦକ୍ଷିଣ ଓଡିଶା ବିଦ୍ୟୁତ ବିତରଣ ବିଭାଗ ରେ କାର୍ଯ୍ୟରତ ବିଦ୍ୟୁତ୍ ଶ୍ରମିକଙ୍କ ଏପରି ସାମୂହିକ ଭାବେ ସଂଗଠନରେ ଯୋଗଦାନ କରି ସଂଗଠନର ହାତ ମୁଠାକୁ ଟାଣ କରିଥିବାରୁ ସମସ୍ତ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା l