ଏମସିଏଲ ପକ୍ଷରୁ କମଳ ବଣ୍ଟନ 

add-all

ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପଦର ସାହି ସ୍ଥିତ ସ୍ଵଧାର ଗୃହରେ ରହୁଥିବା ଅନ୍ତେବାସୀ ଙ୍କୁଏମସିଏଲ ତରଫରୁ କମ୍ବଳ ଓ ପ୍ରଶାସନ ତରଫ ରୁ ସାନିଟେସନ କୀଟ ବଣ୍ଟନ କରାଯାଇଛି । କନ୍ଧମାଳ ସାଂସଦ ଡାଃ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏମସିଏଲ କନ୍ଧମାଳକୁ ୩୦୦୦ କମ୍ବଳ କନ୍ଧମାଳ ପ୍ରଶାସନକୁ ହସ୍ତାନ୍ତର କରି ଥିଲା ବେଳେ ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ସ୍ଵଧର ଗୃହ ଠାରେ ରହୁଥିବା ୩୬ ଜଣ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲାପାଳଙ୍କ ସହ ଏମସିଏଲର ସିଏସ ଆର ମେନେଜର ଅରବିନ୍ଦ ଅଗ୍ରୱାଲ,ଜିଲ୍ଲା ଶିଶୁ ମଙ୍ଗଲ ଅଧିକାରୀ ଓ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ଉପସ୍ଥିତ ଥିଲେ । ସେହିପରି ଫୁଲବାଣୀ ବ୍ଲକ ର କଟ୍ରିଙ୍ଗିଆ ଠାରେ ବୁଢା,ବୁଢୀ ମାନଙ୍କୁ  କମ୍ବଳ ବଣ୍ଟନ କରଯାଇଥିଲା ।

ad-week
Leave A Reply

Your email address will not be published.