ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ

add-all

ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା l

ଚିତ୍ରକୋଣ୍ଡା : ଘରେ ଘରେ ପୃଷ୍ଟି ପ୍ରୟାସ ଆଜି ଆରମ୍ଭ କଲେ ଓଡିଶା ସରକାର। ରାଜ୍ୟ ସରକାରଙ୍କ ନ୍ୟୁଟ୍ରିସନ ଏଟ ଡୋରଷ୍ଟେପ (ଘରେ ଘରେ ପୁଷ୍ଟି) ପ୍ରଥମ କରି ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ ପାପରମେଟଲା ଗ୍ରାମ ପଂଚାୟତର ଯନ୍ତାପାଇ ଗ୍ରାମରେ ଶୁଭାରମ୍ଭ କରଯାଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ଅବସରରେ ଯନ୍ତାପାଇ ଠାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ କରାଯାଇଛି।ତତସହିତ ପୁଷ୍ଟିକର ଖାଦ୍ୟ ଯୋଗାଉ ଥିବା ଶସ୍ୟ, ପନିପରିବା ଗଛ ସ୍ୱାଭିମାନଞ୍ଚଳବାସୀ ଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରିନ୍ସପାଲ ସେକ୍ରେଟାରୀ ଅରବିନ୍ଦ ପାଢ଼ୀ,କୃଷି ବିଭାଗୀୟ ନିର୍ଦ୍ଦେଶ ପ୍ରେମଚାନ୍ଦ ଚୌଧୁରୀ,ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା,ନବରଙ୍ଗପୁର ସାଂସଦ ରମେଶ ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ ବାକା, ଜିଲାପାଳ ବିଶାଲ ସିଙ୍ଗ,ଜିଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଶୁଶ୍ରୀ ରାଜେଶ୍ୱରୀ ଖିଲ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ। ପୃଷ୍ଟି ଦୂର କରି ଘରେ ଘରେ ପୃଷ୍ଟି ପ୍ରୟାସ ଆରମ୍ଭ କରାଯାଇଛି।ସାଧାରଣତଃ ଶିଶୁ,ସ୍ତନ୍ୟପାନ କରାଉଥିବା ମହିଳା ଓ ଗର୍ଭବତୀ ମହିଳାମାନଙ୍କୁ ଆଖି ଆଗରେ ରଖି ସ୍ୱାଭିମାନଞ୍ଚଳ ପୃଷ୍ଟିହୀନତା ଦୂର କରିହେବ ବୋଲି ଲକ୍ଷ୍ୟ ରହିଛି l ମନ୍ତ୍ରୀଙ୍କ ଗସ୍ତ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଭିମାନ ଅଞ୍ଚଳର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୩୦ଗୋଟି ଘୋଡ଼ାଙ୍କୁ ନେଇ ଘୋଡ଼ା ଚାଲାକ ସମେତ ଘୋଡ଼ା ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯାହାକି ଆଜିର ଆକର୍ଷଣ ହୋଇଥିଲା l

ad-week
Leave A Reply

Your email address will not be published.