ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ…

add-all

ହିଞ୍ଜିଳିକାଟୁ ୭।୧ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଗଣ୍ଡୋଳା ବେଲଗାଁ ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରଷ୍କାର ବିତରଣ ଉତ୍ସବ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ଗୌଡ ମୁଖ୍ୟ ବକ୍ତା ଓ ସମ୍ନାନୀୟ ଅତିଥି ଭାବେ ପ୍ରଶାନ୍ତ କୁମାର ସାହୁ, ହରେକୃଷ୍ଣ ପଣ୍ଡା ଓ ଅଜିତ କୁମାର ସେଠୀ ଯୋଗଦେଇଥିଲେ। । ବିଦ୍ୟାଳୟର ଅଧ୍ଯକ୍ଷ ଡଃ ଅମିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରିଡା ଶିକ୍ଷକ ନିଳାଚଂଳ ସାହୁ ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ। ବାଳିକା ବର୍ଗରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା ବିଭାଗର ଛାତ୍ରୀ ରାଣୀ ରାଉତ ଚମ୍ପିୟାନ ହୋଇଥିଲେ ।

ad-week
Leave A Reply

Your email address will not be published.