ଦାରିଙ୍ଗବାଡ଼ିରେ ଏହି ବର୍ଷର ପ୍ରଥମ ତୁଷାର ପାତ…

add-all

ଦାରିଙ୍ଗବାଡି, ୦୮/୦୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆଜି ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି। ଆଜି ତାପମାତ୍ରା ୭ ଡିଗ୍ରୀ ସେଲସିୟସ ଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛନ୍ତି।କିଛିଦିନର ବ୍ୟବଧାନ ପରେ ତାପମାତ୍ରା ହ୍ରାସ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତ ର ଲହର ବୃଦ୍ଧି ପାଇଛି। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷ ର ପ୍ରଥମ ତୁଷାର ପାତ ହୋଇଥିବାରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ଖୁସି ବଡ଼ି ଯାଇଛି । ଯଦିଓ ତାପମାତ୍ରା ଆଜି ଦାରିଙ୍ଗବାଡ଼ି ରେ ୭ଡିଗ୍ରୀ ରହିଛି ହେଲେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ଆହୁରି ତଳେ ରହି ତଥା ମାଇନୋସ ହୋଇ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି। ଆଜି ଛୁଟିବାର ରବିବାର ଥିବାରୁ, ଶୀତର ମଜା ନେବାପାଇଁ ଦାରିଙ୍ଗବାଡି ସ୍ଥିତ ପ୍ରତ୍ୟକ ପର୍ଯ୍ୟଟନ ସ୍ଥଳୀରେ ଜନ ଜନ ସମାବେଶ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.