ବରିଷ୍ଠ କଳାକାର ସଂଘର ବ୍ଲକସ୍ତରୀୟ ବୈଠକ…

add-all

ଭଞ୍ଜନଗର (ବେଲଗୁଣ୍ଠା), ୦୯/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ବେଲଗୁଣ୍ଠା ବ୍ଲକ ଶାଖା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କ୍ଷେତ୍ରୀୟବରପୁର ପର୍ଶୁଲୁଣ୍ଡା ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା,କାର୍ଯ୍ୟକାରୀ ସଭାପତି ନାରଣ ଗୌଡ, ଉପସଭାପତି ଶିବରାମ ରାଉତ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହି ବ୍ଲକର ସମସ୍ତ ନାଟ୍ୟ ସଂଘ ସଂସ୍କୃତି ବିଭାଗୀୟ ପଞ୍ଜିକରଣ ଉପରେ ଗୁରୁତ୍ବ ଦେବାସହ ମହାସଂଘ ପକ୍ଷରୁ ଶ୍ରୀପଞ୍ଚମୀ ଦିନ ଆୟୋଜିତ ଓଡ଼ିଶା ନାଟ୍ୟ ଦିବସ ଓ କଳାକାର ଶୋଭାଯାତ୍ରାରେ ଯୋଗଦେବା ନେଇ ଆଲୋଚନା କରାଯାଇଥିଲା । ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ବାଗତ ଭାଷଣ କ୍ରମରେ ଶାଖା କର୍ମକର୍ତ୍ତାମାନେ ନାଟଗାଁ ସୁନାମଧନ୍ୟ ସଙ୍କୀର୍ତ୍ତନ କଳାକାର ଶ୍ୟାମ ଜେନାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଗତ କାଲି ଯୋଗ ଦେଇଥିବାରୁ ସାଧୁବାଦ ଅର୍ପଣ ସହ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ସହ ସମ୍ପାଦକ ରମେଶ ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.