
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଏକ କୃଷି ପ୍ରଧାନ ଜ଼ିଲ୍ଲା l ଏଠାକାର ଆଦିବାସୀ ବାର ମାସ ଯାଏ, କୃଷି ଉପରେ ବିଶେଷ ଧ୍ୟାନ ଦେଇ ନିଜର ଜୀବିକା ନିର୍ବାହ କରେ l ଚାଷ କାମ ଭଲ ନ ହେଲେ ଚାଷୀ ମୃତ୍ୟୁର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ l ସୂଚନା ମୁତାବିକ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଗଞ୍ଜାପାଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀବେନା 31/A ଡି ଏନ କେ ଗ୍ରାମରେ ବିଗତ ଅନୁମାନିକ ଦୁଇ ମାସ ତଳେ ‘ଧାଣୁକା ଏଗ୍ରିଟେକ ଲିମିଟେଡ’ କହି କିଛି ବ୍ୟକ୍ତି ଗ୍ରାମକୁ ଆସି ଗ୍ରାମବାସୀ ସମସ୍ତଙ୍କ ଡକାଇ ମିଟିଂ କରି କହିଲେ ଆମ କମ୍ପାନୀର ଔଷଧ ବ୍ୟବହାର କରନ୍ତୁ ଏବଂ ଫସଲ ପାଇଁ ଗ୍ୟାରେଣ୍ଟି ମଧ୍ୟ ଅଛି ବୁଝାଇବା ଦ୍ଵାରା ହାତୀବେନା ଗ୍ରାମବାସୀ ଏମାନଙ୍କୁ କଥାରେ ପ୍ରଭାବିତ ହୋଇ ଜଗ ବିଶ୍ୱାସ ଓ ବଂଜିତ ସରକାର କି ପରି ଔଷଧ ବ୍ୟବହାର ହେବ କହି ସେମାନଙ୍କର ମଟର ଚାଷ କରୁଥିବା କ୍ଷେତକୁ ପରୀକ୍ଷନ ଓ ପର୍ଯ୍ୟବେକ୍ଷନ କରାଇବା ପରେ କମ୍ପାନୀର ପ୍ରତିନିଧି ‘ସେମ୍ପ୍ରୋ ହେର୍ବିସାଇଡ’ ନାମକ ଔଷଧ ଯାହାର 36 ଗ୍ରାମର ମୂଲ୍ୟ 1411/-(ଟଙ୍କା )ବ୍ୟବହାର କଲେ ଫଳ ଅଧିକା ଅମଳ ହେବା ସହିତ ଜମିର ଘାସ ମରି ଯିବ କହିଥିଲେ l କମ୍ପାନୀର ପ୍ରତିନିଧିର କଥାକୁ ବିଶ୍ୱାସ କରି ହାତୀବେନାର ଜଗ ବିଶ୍ୱାସ ଓ ବଂଜିତ ସରକାର ନିଜ କ୍ଷେତରେ ବ୍ୟବହାର କରିବା ଦ୍ଵାରା କ୍ଷେତର ସବୁ ଅଣାବୁନା ଘାସ ନ ମରି କ୍ଷେତର ମଟର ଗଛ ସବୁ ଯାକ ମରି ସମ୍ପୂର୍ଣ୍ଣ ନଷ୍ଟ ହେଇଗଲା l ଚାଷୀ ମୁଣ୍ଡର ଝାଳ ଦେହରେ ନିଭାଇ ଧାର କରଜ କରି ବିଭିନ୍ନ ସଂସ୍ଥାର ଟଙ୍କା ଆଣି ଥାଏ ଦୁଇ ଟଙ୍କା ଉପାର୍ଜନ କରିବା ପାଇଁ ତାହା ଯଦି ନଷ୍ଟ ହୁଏ ହେଲେ ଚାଷୀର ମୃତ୍ୟୁ ଛଡ଼ା ଆଉ କୌଣସି ବାଟ ନାହିଁ l ଏହି କମ୍ପାନୀର ମଦନ ସେନାପତି ଓ ମ୍ୟାନେଜେର ମାନଶ ରଞ୍ଜନ ସ୍ୱାଇଁ ଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଏମାନେ କିଛି ସନ୍ତୁଷ୍ଟ ଜଣକ ଉତ୍ତର ନ ଦେଇ ଯୁକ୍ତି କଲେ l ହାତୀବେନାର ଚାଷୀ ତୁରନ୍ତ ନବରଙ୍ଗପୁର କଳଲେକ୍ଟର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମ ପ୍ରତିନିଧି ପାଖରେ ଦୁଃଖ ବୟନ କରି ଏହି ଫେକ କମ୍ପାନୀ ଓ ବ୍ୟକ୍ତି ମାନଣଙ୍କୁ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁନ୍ତୁ କହି ଅନୁରୋଧ କରିଛନ୍ତି l