ସାଥୀ ଜବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଆହତ ।

add-all

ମାଲକାନଗିରି, ୧୦।୧ : ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅନ୍ତର୍ଗତ ୧୪୨ ବାଟାଲିୟନରେ ଆଜି ଜଣେ ଯବାନଙ୍କ ଗୁଳିରେ ଅନ୍ୟଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ ଏମ୍‌.ଭି. ୭୯ରେ ଥିବା ୧୪୨ ବାଟାଲିୟନ ବିଏସଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ଭାସ୍କର ନାରାୟଣ କ୍ୟାମ୍ପ ନିକଟରେ ବଗିଚା ସଫା କାର୍ଯ୍ୟରେ କରୁଥିବା ବେଳେ ହଠାତ ତାଙ୍କ ପେଟରେ ଏକ ଗୁଳି ବାଜିଥିଲା । ଏଥିରେ ସେ ଗୁରୁତର ହୋଇ ପଡିଥିଲୋ ତେବେ ଅନ୍ୟଜଣେ ସାଥି ନିଜର ବନ୍ଧୁକକୁ ସଫା କରୁଥିବା ବେଳେ ଅସାବଧନତା ହେତୁ ଗୁଳି ଫୁଟି ଯାଇ ଭାସ୍କର ନାରାୟଣଙ୍କୁ ଲାଗିଥିବା ବିଏସଏଫ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ସୁଚନା ଦିଆ ଯାଇଛିା ତେବେ ଏଥିନେଇ ବିଭାଗୀୟ ତଦନ୍ତ ହେବ ବୋଲି ସୁଚନା ମିଳିଛିା ଗୁରୁତ୍ତର ଆହତ ଯବାନଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଶୈଲ୍ୟ ଚିକିତ୍ସକ ଡ ସପନ କୁମାର ଡିଣ୍ଡା ଆହତ ଜବାନଙ୍କୁ ଅପରେସନ କରି ଗୁଳି ବାହାର କରିଥିଲେ । ବର୍ତମାନ ସେ ସୁସ୍ଥ ଥିବା ଡାକ୍ତର ଡିଣ୍ଡା ପ୍ରକାଶ କରିଛନ୍ତିା

ad-week
Leave A Reply

Your email address will not be published.