
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଏବଂ ରୁଗୁଡ଼ି ସାହି ବସ୍ତିର ଶୃଙ୍ଖଳିତ ସଦସ୍ୟଙ୍କୁ ନେଇଁ ଆଜି 2023 ନୂତନ ବର୍ଷ ଉପଲକ୍ଷେ ଏକ ଶୃଙ୍ଖଳିତ ଭାଇଚାରା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ରାଜ୍ୟ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ଏମ୍, ପି, ପ୍ରତିନିଧି,ଜଳନ୍ଧର ବେହେରା ଏବଂ ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସାମ୍ବାଦିକ କୁନା ଦିଗାଲ, କ୍ଷୀରୋଦ କୁମାର ସାହାଣୀ, ଅଶୋକ କୁମାର ମିଶ୍ର ଏବଂ କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରା, ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ, ଆରତୀ ମଙ୍ଗରାଜଙ୍କ ସହିତ ଆଲୋଚନା ଏବଂ ମତାମତ ନେଇ ଆଗାମୀ ଦିନରେ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଏବଂ ରୁଗୁଡସାହି ବସ୍ତିର ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ଭାବରେ କରାଯାଇ ପାରିବ ସେ ବିଷୟରେ ଶୃଙ୍ଖଳିତ ଆଲୋଚନା କରିଥିଲେ । ଏବଂ ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପୈାରପରିଷଦ ମାଧ୍ୟମରେ କିପରି ସରକାରଙ୍କ ବିଭିନ୍ନ ଯୋଜନା ଉଭୟ ବସ୍ତିରେ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ତା ସହିତ ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ, କୁନା ଦିଗାଲ, ଅଶୋକ କୁମାର ମିଶ୍ର, ବର୍ତ୍ତମାନ ପୈାରପରିଷଦ ମାଧ୍ୟମରେ, ଏବଂ ଏସ୍ ଡି,ଏ, କମିଟି,ବା, ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ ସହରର ବିଭିନ୍ନ ବସ୍ତି ମାନଙ୍କରେ ଯେଉଁ ପକା ରାସ୍ତା ଉପରେ ପୂନର୍ବାର ପକା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ସରକାରଙ୍କର ସେ ସମସ୍ତ ଯୋଜନା କିପରି ପୈାରପରିଷଦ ମାଧ୍ୟମରେ ଖୁବଶିଘ୍ର ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଏବଂ ରୁଗୁଡସାହି ବସ୍ତିରେ କାର୍ଯ୍ୟକ୍ଷମ ହୋଇପାରିବ ସେ ବିଷୟରେ ଆଗାମୀ ଦିନରେ ଶୃଙ୍ଖଳିତ ସହଯୋଗ କରିବା ପାଇଁ ବସ୍ତିର ଶୃଙ୍ଖଳିତ ଗରିବ ଅସହାୟ ନିରିହ ଆଦିବାସୀ ହରିଜନ ଏବଂ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ତ୍ରିଦେବ ନଗର ବସ୍ତିର ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଉପସ୍ଥିତରେ ବସ୍ତିର ଶୃଙ୍ଖଳିତ ସଭାପତି ସୁରଥ କହଁର,ସଦସ୍ୟ ଚନ୍ଦ୍ର ମଣୀ ଦେହୁରୀ,ପ୍ରକାଶ ଚନ୍ଦ୍ର ପାଢୀ, ତାରାବତୀ ମାଝି,କୌଶଲ୍ୟା ବେହେରା, ମାଧବ ଦିଗାଲ, ସାରଙ୍ଗ କହଁର,କୋକିଳ ଦିଗାଲ,ଜ୍ୟୋତ୍ସ୍ନାରାଣୀ ମାଝି, ଝୁନୁ କହଁର, ଲଳିତା କହଁର, ପ୍ରତିମା ସାହାଣୀ, ଉପସ୍ଥିତ ରହି ମୂଖ୍ୟ ଅତିଥିଙ୍କୁ ସମ୍ମାନୀତ କରିଥିଲେ।