
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଶ୍ୱକର୍ମା ସମାଜର ବନ୍ଧୁ ମିଳନ ସ୍ଥାନୀୟ ବୃଦ୍ଧାଶ୍ରମ ନିକଟ ଶାଳବନ ସାଲୁଁକି ନଦୀ କୁଳରେ ଅନୁଷ୍ଠିତ ହୋଇଯାଇଛି l ଫୁଲବାଣୀ ପୌର ପରିଷଦ ଅଧୀନ ରେ ବାସ କରୁଥିବା ପ୍ରାୟ ୬୦ ଘର ବିଶ୍ୱକର୍ମା ପରିବାର ର ୧୩୬ ଜଣ ଛୋଟ ବଡ଼ ଭାଇ ଭଉଣୀ ଯୋଗଦେଇଥିଲେ l ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସହରର ସମସ୍ତ ବିଶ୍ୱକର୍ମା ଭାଇ ଭଉଣୀଙ୍କୁ ଏକାଠି କରିବା, ସମାଜର ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିବା ଓ ନିର୍ମାଣଧୀନ ବିଶ୍ୱକର୍ମା ମନ୍ଦିରର ସମ୍ପୂର୍ଣ୍ଣ କରିବା l ସମାଜର ସଭାପତି ହରିଶ୍ଚନ୍ଦ୍ର ମହାରଣା ଏହି ସଭାକୁ ସଭାପତିତ୍ବ କରିଥିଲେ l ଏଥିରେ ସମାଜର ବରିଷ୍ଠ ସଦସ୍ୟ ପିତାମ୍ବର ମହାରଣା, ଦଣ୍ଡପାଣି ମହାରଣା, କୃଷ୍ଣ ମହାରଣା, ବିଦ୍ୟାଧର ମହାରଣା ପୂର୍ବତନ ସଭାପତି ଇନ୍ଦ୍ରମଣି ମହାରଣା, ନାରାୟଣ ମହାରଣା, ବିନାୟକ ମହାରଣା, ସୁକାନ୍ତ ମହାରଣା, ଟୁଟୁ ମହାରଣା, କୈଳାଶ ମହାରଣା ପ୍ରଫୁଲ୍ଲ ମହାରଣା, ବୁଢା ମହାରଣ, ରବୀନ୍ଦ୍ର ମହାରଣା ପ୍ରଦୀପ ମହାରଣା ଦାଶରଥି ମହାରଣା ଆଦି ଯୋଗଦେଇ ଥିଲେ l ଏହି ବନ୍ଧୁ ମିଳନକୁ ବିଶ୍ୱକର୍ମା ସମାଜର ନବ ନିଯୁକ୍ତ ସମ୍ପାଦକ ଚକ୍ରଧର ମହାରଣା ଆୟୋଜନ କରିଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମହିଳା ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ମ୍ୟୁଜିକ ଚେୟାରରେ ଶିଶୁ ବିଭାଗ ରେ ଶୁଭ୍ରଜିତ ମହାରଣା, ବାଳିକା ବିଭାଗରେ କାଜଲ ମହାରଣା ପ୍ରଥମ ସ୍ଥାନ ଅଧିକାର କରି ସଭାପତି. ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ସେହିପରି ଆଧୁନିକ ନୃତ୍ୟ ପରିବେଷଣରେ ଶେୟାସ ଦର୍ଶନ ମହାରଣା ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଥିଲେ l ଦାଶରଥି ମହାରଣାଙ୍କୁ ବନ୍ଧୁ ମିଳନର ସହଯୋଗ ପାଇଁ ପୁରସ୍କୃତ କରାଯାଇଥିଲା l ଏହି ପ୍ରତିଯୋଗିତା ଗୁଡିକୁ ସୁମତି ମହାରଣା, ସରିତା ମହାରଣା ଓ ସ୍ଵର୍ଣ୍ଣ ପ୍ରଭା ମହାରଣା ପରିଚାଳନା କରିଥିଲେ l