
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଘଟିଥିବା ବହୁ ଚର୍ଚିତ ଦୁଇ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଫିରିଙ୍ଗିଆ ପୋଲିସ କୁ ମିଳିଛି ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ଆକାଶ ଦିଗାଲ ଗିରଫ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳିଆ ଓରଫ ଆକାଶ ଦିଗାଲ କୁ ରବିବାର ଗିରଫ କାରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ପୋଲିସ ର ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଆକାଶ ଡିଗାଲ ଘଟଣା ଦିନଠାରୁ ଫେରାର ଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ଫିରିଙ୍ଗିଆ ପୋଲିସ ର ଏକ ଟିମ ବୌଦ୍ଧ ଜିଲ୍ଲା ସଗାଡ ଅଂଚଳରୁ ଦୁଷ୍କର୍ମ କାରି ଆକାଶ କୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ଅଭିଯୁକ୍ତ ପାଖରୁ ପୋଲିସ ଏକ ପଲସର ବାଇକ ମଧ୍ୟ୍ୟ ଜବତ କରିଥିବା ବେଳେ ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ୍ୟ ଫେରାର ଥିବା ବେଳେ ତାକୁ ମଧ୍ୟ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗତ ମଙ୍ଗଳବାର ଦିନ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ଅଂଚଳ ର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଦୁଇଜଣ ନାବାଳିକା ବହିପତ୍ର କିଣିବାପାଇଁ ଫିରିଙ୍ଗିଆ ସାପ୍ତାହିକ ବଜାର କୁ ଆସିଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ମୂଳ ଗୁଦାରୀ ଗାଁ ର ଦୁଇଜଣ ଯୁବକ କୌଶଳ କ୍ରମେ ନାବାଳିକା ଦ୍ବୟ କୁ ଅପହରଣ କାରି ନେଇ ସେହି ଗୁଦାରୀ ଗାଁ ନିକଟରେ ଥିବା ଏକ ବନ୍ଦ କୋଠରୀରେ ଦୁଷ୍କର୍ମ କରିବା ସହ ଏକ କାର ଭଡା କାରି ନାବାଳିକା ମାନଙ୍କୁ ତାଙ୍କ ନିଜ ଗାଁ କୁ ପଠାଇ ଦେଇଥିଲେ । ଏହିମାମଲା ରେ ଆଗରୁ କାର ସହ କାର ର ଡ୍ରଇଭର ମଧ୍ୟ ଗିରଫ ହୋଇ ଜେଲ ଯାଇଛି I ଅନ୍ୟପଟେ ମୁଖ୍ୟ ଆସମୀ ଗିରଫ ହେବା ପରେ ଏକ ରୋଚକ ତଥ୍ୟ ସାମନା କୁ ଆସିଛି । ଗିରଫ ହୋଇଥିବା ମୁଖ୍ୟ ଆସମୀ ଆକାଶ ଡିଗାଲ ପୀଡିତା ନାବାଳିକା ମାନଙ୍କ ପରିବାର ସହ ଆଗରୁ ପାରିବାରିକ ସମ୍ପର୍କ ରହୁଛି । ଏହି ଦୃଷ୍ଟି କୋଣରୁ ପିଡୀତା ସରଳ ନାବାଳିକା ମାନଙ୍କୁ ଅଭିଯୁକ୍ତ ଆକାଶ ଡିଗଲା ନିଜର ଜନ୍ମ ଦିନ ଅଛି କହି ମଙ୍ଗଳ ବାର କୌଶଳ କ୍ରମେ ତାର ଅନ୍ୟ ଏକ ସହଯୋଗୀ ସହ ଅପହରଣ କରି ନେଇ ଅଭଳି ଅମାନବୀୟ କାଣ୍ଡ ଘଟାଇ ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଜଣାପଡିଛି । ଅନ୍ୟପଟେ ନାବାଳିକା ମାନଙ୍କ ର ସରଳତା ର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇ ଥିବା କାମ ପିପାସୁ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୀଡିତା ନାବାଳିକା ମାନଙ୍କ ପରିବାର ପକ୍ଷରୁ ଦାବିହୋଇଛି ।