
ବ୍ରହ୍ମପୁର : ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ଓଡ଼ିଶା ପ୍ରାନ୍ତ ତରଫରୁ ଆୟୋଜିତ ଉଠ ଜାଗ ଆମୃତ ମହୋତ୍ସବ ଯାତ୍ରା ଆସନ୍ତା କାଲି ବ୍ରହ୍ମପୁର ଠାରେ ପହଞ୍ଚିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ଯାତ୍ରାକୁ ବ୍ରହ୍ମପୁର ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏଥି ସହିତ ଗୋସାଇଁନୂଆଗାଁ ଉତ୍ତରେଶ୍ୱର ମନ୍ଦିର ଠାରୁ ଏହି ଯାତ୍ରା ବାହାରି ସହରର ବିଭିନ୍ନଅଞ୍ଚଳ ପରିକ୍ରମା କରିବ।ଏବଂ ବିନାୟକ ମହାବିଦ୍ୟାଳୟ ଠାରେ ପହଞ୍ଚିବ। ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ଅନୁପ୍ରାଣିତ ହୋଇ ଯୁବପିଡ଼ି ଙ୍କୁ ରାଷ୍ଟ୍ର ହିତ ଦିଗରେ କାମ କରିବା ପାଇଁ ପ୍ରେରଣା ଯୋଗାଇବା ମୂଳ ଲକ୍ଷ୍ୟ ଏହି ପଦଯାତ୍ରା ର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମ ର ସଭାପତି ସୁଶାନ୍ତ ସାବତ।ସନ୍ଧ୍ୟାରେ ହାଉସିଂ ବୋର୍ଡ ଠାରୁ ଏହି ପଦଯାତ୍ରା ବାହାରି ଡାଇମଣ୍ଡ ଜୁବୁଲି ଠାରେ ପହଞ୍ଚିବ ବୋଲି କହିଛନ୍ତି ସଭାପତି ଶ୍ରୀ ସାବତ।ଦୁଇ ଦିନ ଧରି ଏହି ଯାତ୍ର ବ୍ରହ୍ମପୁର ରେ ବିଭିନ୍ନ କାର୍ଯ୍ୟକ୍ରମ କରିବ। ବିବେକାନନ୍ଦ କେନ୍ଦ୍ର ଅଭ୍ୟର୍ଥନା ସମିତି ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନା ହେବ ବୋଲି ପତ୍ରକାର ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ଅବସରରେ ସମ୍ପାଦକ ଏନ. ବି. ଦାଭେ, ନଗର ପ୍ରମୁଖ ଡ଼.ଗୋପାଳ ପାଣିଗ୍ରାହୀ, ଭଞ୍ଜ ବିଭାଗ ପ୍ରମୁଖ ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।