ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯିବାକୁ ସ୍ୱାଗତ…

add-all

ବ୍ରହ୍ମପୁର : ଜି ଟ୍ୱେଣ୍ଟିସମ୍ମିଳନୀରେ ଭାରତକୁ ସଭାପତି ଭାବେ ଘୋଷଣା କରାଯାଇଥିବା ନେଇ ଆଜି ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ନଗର ଛକଠାରେ ଏହାକୁ ସ୍ୱାଗତ ଉତ୍ସବ ପାଳନ କରାଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନ ଗର୍ଭା ସରସ୍ୱତୀ ଦେବୀ ଙ୍କ ତତ୍ୱବାଧାନରେ ବହୁ କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ବିଶ୍ଵଗୁରୁ ଭାବେ ପରିଚୟ ସୃଷ୍ଟି କରିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଥିଲା। ଜି ଟ୍ୱେଣ୍ଟି ସମ୍ମିଳନୀରେ କୋଡିଏ ଟି ଦେଶ ମଧ୍ୟରେ ଭାରତ ଦେଶକୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏହି ଅବସରରେ ମହିଳା ମୋର୍ଚ୍ଚା ପକ୍ଷରୁ ରଙ୍ଗୋଲି ରେ ବହୁ ଚିତ୍ର ଆଙ୍କି ସ୍ୱାଗତ ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ପତି, ପ୍ରଭାତ କିରଣ ଷଡଙ୍ଗୀ ଙ୍କ ସମେତ ମହିଳା ମୋର୍ଚ୍ଚା ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.