ରାଜ୍ୟସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ କୃତି ପ୍ରୀତିଯୋଗୀଙ୍କୁ ସମ୍ବର୍ଦ୍ଧନା…

add-all

ବ୍ରହ୍ମପୁର : କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତାରେ ବ୍ରହ୍ମପୁର ଟାଏକୁଣ୍ଡ ଏକାଡେମୀ ର ୪୮ଜଣ କୃତି ପ୍ରୀତିଯୋଗୀ ଙ୍କୁ ରେଳ ଷ୍ଟେସନ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚଳିତ ମାସ ଜାନୁଆରୀ ୧୩ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଚମ୍ପିୟାନ ଶିପ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ଟାଏକୁଣ୍ଡ ଏକାଡେମୀ ର ୨୦ଜଣ ସ୍ୱର୍ଣ୍ଣ,୧୪ଜଣ ରୌପ୍ୟ,୧୪ଜଣ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରିଛନ୍ତି।ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ପହଞ୍ଚିବା ପରେ ଆଜି କୃତି ପ୍ରତିଯୋଗୀଙ୍କୁ ରାଜୀବ ମୁନିଙ୍କ ତତ୍ୱବାଧାନରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମୁଖ୍ୟ କୋଚ ସତ୍ୟନାରାୟଣ ତ୍ରିପାଠୀ ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ବହୁ ବୁଦ୍ଧି ଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି।

ad-week
Leave A Reply

Your email address will not be published.