ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ…

add-all

ବ୍ରହ୍ମପୁର : ଉତ୍କଳ ମହିଳା ସମିତିର ଜିଲ୍ଲା ପରିଷଦ ବୈଠକ ପାର୍କ ସାହି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।-ଜୋତ୍ସା ରାଣୀ ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପ ସଭାନେତ୍ରୀ ଏନ. ଭାନୁମତି ରେଡି, ସାଧାରଣ ସମ୍ପାଦକ ଚିନ୍ମୟି ସାହାଣୀ ଯୋଗ ଦେଇ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ନେଇ ଉଦବେଗ ପ୍ରକାଶ କରିଥିଲେ।ରାଜ୍ୟ ସରକାରଙ୍କ ନାରୀ ସଶକ୍ତିକରଣ ଆଳରେ କେବଳ ପ୍ରଚାର ପ୍ରସାର ସୀମିତ ରହିଛନ୍ତି।ଯୌତୁକ ନିର୍ଯ୍ୟାତନା, ପାରିବାରିକ ହିଂସା, ଧର୍ଷଣ, ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବା ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।ଆଗାମୀ ଦିନରେ ସମିତି ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ସଭାନେତ୍ରୀ ଆର.ଵିଜୟ ଲକ୍ଷ୍ମୀ,ସରସ୍ୱତୀ ପାତ୍ର, ଗୀତାଞ୍ଜଳି ପ୍ରଧାନ, ରୁନୁ ସେଠୀ ପ୍ରତିମା ଦେବି ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।ଆଗାମୀ ଫେବୃଆରୀ ମାସରେ ସମିତିର ଆଞ୍ଚଳିକ ସମ୍ମିଳନୀ ଏବଂ ମାର୍ଚ୍ଚ ମାସରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଆଜିର ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.