ବିଜୁ ଜନତା ଦଳ କନ୍ଧମାଳର ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି…

add-all

ଫୁଲବାଣୀ :- ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନବ ଦାସଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ବିଜେଡି ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ତଥା ସ୍ଵର୍ଗତ ମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ସଞ୍ଜିତ ମହାନ୍ତି ଯୋଗ ଦେଇ ନବଙ୍କ ସହିତ ନିଜର ବ୍ୟକ୍ତିଗତ ଅଭିଜ୍ଞତାର ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ସଭାପତି ସ୍ବର୍ଗତ ନବ ଦାଶଙ୍କ ଅକାଳ ବିୟୋଗ ଦଳ ପାଇଁ ଅପୂରଣୀୟ ବୋଲି କହିଛନ୍ତି। ଏହି ଶୋକସଭାରେ ମହିଳା ବିଜେଡି ରାଜ୍ୟ ଉପସଭାପତି ତଥା ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅନୀମା କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ମଲ୍ଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ, ମହିଳା ବିଜେଡି ସଭାପତି ପୁନମ କହଁର, ନଗର ସଭାପତି ସୁଧୀର କହଁର,ପାର୍ଥ ସାରଥି ବିଶ୍ଵାଳ,କାଉନ୍ସିଲର ରାଜେନ୍ଦ୍ର କୁମାର ପାଢ଼ୀ, ନଗର ଯୁବ ସଭାପତି ରାକେଶ ମିଶ୍ର, ନଗର ସମ୍ପାଦକ ରମାକାନ୍ତ ବେହେରାଙ୍କ ସମେତ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.