ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ତାମ୍ପରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ…

add-all

ଛତ୍ରପୁର : ଫେବୃଆରୀ ୨ ତଥା ଆଜି ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ଛତ୍ରପୁର ଉପକଣ୍ଠର ତାମ୍ପରା ରାମସର 2489 ଆଦ୍ରଭୂମି ଠାରେ ବନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସିଏଫ ଡ଼. ରୁଦ୍ର ପ୍ରସାଦ ରଥ ଓ ଏ. ମାଧବୀ ଲତା, ବ୍ରହ୍ମପୁର ରେଞ୍ଜ ଅଫିସର ରଜତ କୁମାର ମିଶ୍ର, ଖଲ୍ଲିକୋଟ ରେଞ୍ଜ ଅଫିସର ସିଦ୍ଧାର୍ଥ ଶଙ୍କର ସାହୁ, ସାମନ୍ତିଆପଲ୍ଲୀ ରେଞ୍ଜର ମନୋଜ କୁମାର ପାତ୍ର, ଦିଗପହଣ୍ଡି ରେଞ୍ଜର କାଁହୁ ଚରଣ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପରିବେଶ ପ୍ରଦୂଷଣ ବିଭାଗର ଆସୋସିଏଟ ପ୍ରୋଫାଇସର ଅଞ୍ଜନ କୁମାର ପୃଷ୍ଟି, ଅର୍ଥନୈତିକ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ରବିନ୍ଦ୍ର ନାଥ ସାହୁ, ଛତ୍ରପୁର ଫରେଷ୍ଟ ଅଫିସର ଗିରିଶ ରାୟ ପ୍ରମୁଖ ଯୋଗ ଦେଇ ଆଦ୍ରଭୂମି କୁ ସଂରକ୍ଷଣ କରି ରଖିବା, ପରିବେଶ ପ୍ରଦୂଷଣ କୁ ରୋକିବା ଆଦି ଦିଗରେ ସଚେତନତା କରିଥିଲେ l ଏହି ଅବସରରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପରିବେଶ ପ୍ରଦୂଷଣ ବିଭାଗର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ତାମ୍ପରା ଆଦ୍ରଭୂମି ପରିସରକୁ ସଫେଇ କରିଥିଲେ l

ad-week
Leave A Reply

Your email address will not be published.