ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

add-all

ଫୁଲବାଣୀ :-ଆଜି ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ଆବାହକତ୍ବରେ ମିଳିତ ଶିକ୍ଷକ ସମନ୍ୱୟ ସମିତି ଫୁଲବାଣୀର ସଭାପତି ସୁକାନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ମୁଖ୍ୟ ଅତିଥ୍, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ଜେନା ମୁଖ୍ୟବକ୍ତା, ସରପଞ୍ଚ ଆଲୋକ କହଁର, ଓ୍ବାର୍ଡସଭ୍ୟ ଶ୍ରୀମତି କୁନି ବେହେରା, ଶିକ୍ଷକ ନେତା କାମରାଜ ଦିଗାଲ, ସମ୍ମାନିତ ଅତିଥୁ ଭାବରେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥ୍‌ ଶିକ୍ଷାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ସହିତ ଅଭିଭାବକ ମାନେ ଯବାନ ହେବାକୁ ଆହ୍ବାନ କରିବା ଏତେ ଛୋଟ ଗ୍ରାମରେ ଏତେ ସୁନ୍ଦର ଆୟୋଜନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଗ୍ରାମବାସୀ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁକାନ୍ତି କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରପଦା କ୍ଲଷ୍ଟର ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥ୍‌ ମାନେ ପୁରସ୍କାର ପ୍ରଦାନ କରିବା ସହିତ ବିଦ୍ୟାଳୟର ରୋଷେୟାଙ୍କୁ ମଧ୍ୟ ମାନପତ୍ର ଓ ଲୁଗା ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.