ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ…

add-all

ଫୁଲବାଣୀ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନୁର୍ଗତ ବଇଡା ଦିନାର ସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିବ l ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ କ୍ରୀଡ଼ା ଦ୍ବାରା ଶରୀର ସୁସ୍ଥ ରହିବା ସହ ପରସ୍ପର ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଅତିରିକ୍ତ ମଙ୍ଗଳ ଅଧିକାରୀ ଜଗ ଜୀବନ ବଗର୍ତି, ଶିକ୍ଷା ମଣ୍ଡଳାଧୀଶ ସୁଜାତା ବେହେରା, ଶିକ୍ଷା ନିରୀକ୍ଷକ ସୁଧୀର ଡିଗାଲ, ଗୋଛାପଡା ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ବଇଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟଲଲ ନାୟକ, ଫିରିଙ୍ଗିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାସ ସିଂ, ଫୁଲବାଣୀ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ କୁମାର ପରିଡା ପ୍ରମୁଖ ଯୋଗ ଦେଇ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିବା ଛାତ୍ର, ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ଲାଗି ମନୋନୀତ କରାଯିବ ବୋଲି କହିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ସ୍କୁଲର ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.