ବିଜୁ ଛାତ୍ରଜନତା ଦଳ ସମ୍ବଲପୁର ଜୋନ ପକ୍ଷରୁ ସ୍ବର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି…

add-all

ସମ୍ବଲପୁର : ଆଜି ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ପକ୍ଷରୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଫାଟକ ସମ୍ମଖରେ କ୍ୟାଣ୍ଡଲ ଜଲାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ମିଲନ ହୋତା ଙ୍କ ନେତୃତ୍ବ ରେ ଅନୁଷ୍ଠତ ଶ୍ରଦ୍ଧାଞ୍ଜଳି ସଭା ରେ କେନ୍ଦୁପତ୍ର କର୍ମଚାରୀ ୱେଲଫ୍ୟାର ଉପଦେଷ୍ଟା ସଂଜିତ ମହାନ୍ତି ଯୋଗ ଦେଇ ଗଙ୍ଗାଧର ମେହେର କଲେଜ ପୂର୍ବତନ ଛାତ୍ର ନେତା ତଥା ବର୍ତ୍ତମାନ ର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ନିଜର ପରିଶ୍ରମ ଏବଂ ସାଂଗଠାନିକ ଦକ୍ଷତା ଯୋଗୁଁ କିପରି ଭାବରେ ଏକ ସଫଳ ରଜନତିଜ୍ଞ ହୋଇ ପାରିଥିଲେ ଏବଂ କୋଭିଡ ସମୟରେ ଏହି ମହାମାରୀ ରେ ପ୍ରଶାସନିକ ଦକ୍ଷତା ପ୍ରତିପାଦିତ କରିପାରିଥିଲେ ସେ ଦିଗରେ ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ଅନ୍ୟ ବକ୍ତା ମାନେ କ୍ୟାଣ୍ଡଲ ଜାଳି ସ୍ବର୍ଗତ ନବ ଦାସ ଙ୍କ ସହିତ ନିଜ ନିଜ ର ସ୍ମୃତି ଚାରଣ କରି ଥିଲେ। ଜିଏମୟୁ ବିସିଯେଡି ଆବାହକ ଚୁମନ ପ୍ରଧାନ, ନିଖିଲ ବାବୁ, ଜୀବନବିନ୍ଦୁ ସଂଯୋଜିକା କବିତା ପୁରୋହିତ, ପୂର୍ବତନ ରାଜ୍ୟ ସମ୍ପାଦକ ମୋହିତ ନାୟକ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ଉପ ସଭାପତି କିଶୋର ପଣ୍ଡା, ସାଧାରଣ ସମ୍ପାଦକ ଅନୁଜ ଜେନା, ସମ୍ପାଦକ ପ୍ରଶାନ୍ତ ଥାପା, ନିଶିକାନ୍ତ ବିଶ୍ଵାଳ, ମଞ୍ଜୁ ଓରାମ, ଛାତ୍ର ବିଜେଡ଼ି ଉପ ସଭାପତି ସୁମିତ ପଟେଲ, ଜୋନ ଉପ ସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ସନ୍ଦୀପ ମିଶ୍ର, ପ୍ରଯୋଲ ବିହିଦାର, ଶୁଭମ୍ ମହାନ୍ତି, ଅର୍ୟନ ବେହେରା, ଓଁକାର ହୋତା, ସପନ ହୋତା, ଉଦିତ ଭୋଇ, ଅନୁଜ ଛତ୍ରିଆ, ପ୍ରଦ୍ୟୁମ୍ନ ବେହେରା ଭି ଏସ ଏସ ଅଟୋ ସଂଘ ସଭାପତି ପ୍ରେମାନନ୍ଦ ମିଶ୍ର, ଉପ ସଭାପତି ବିରେନ୍ଦ୍ର ସାହୁ , ଇନ୍ଦ୍ରାଣୀ ବାରିକ, ଆକାଂକ୍ଷା ପୁରୋହିତ, ରାଜଲକ୍ଷ୍ମୀ ସରାଫ, ସଂକେତ ବେହେରା, ଲୟକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.