ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ…

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରୁ ବୁଧୁବାର ପୁଣି ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଛି । କନ୍ଧମାଳ ଏସ ପି ଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ବରେ ପୋଲିସ ଟିମ ଗୋଛାପଡା ଥାନା ଅନ୍ତର୍ଗତ ପଲ୍ଲା ବୁରୁଡି ପଂଚାୟତ ରବୁଡ଼ା ପଦର ଗ୍ରାମରେ ଅତର୍କିତ ଚଢ଼ାଉ କରି ଏକ କୁଇଣ୍ଟାଲ ୫୬ କେଜି ଗଂଜେଇ ଜବତ କରିଛନ୍ତି ।ତେବେ ଅଭିଯୁକ୍ତ ଘଞ୍ଚ ଜଙ୍ଗଲର ସୁବିଧା ଦେଖୁ ଖସି ପଲାଇଛି । ଅତି ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧୂକାରୀ ମୁନି କହିଛନ୍ତି । ମଙ୍ଗଳବାର ଦିନ ଏହି ଥାନା ଅନ୍ତର୍ଗତ ବାଉପାଙ୍ଗା ରାସ୍ତାରୁ ଏକ କୁଇଣ୍ଟାଲ ଗଂଜେଇ ସହ ବାଇକ ମଧ୍ୟ ଜବତ କରିଥିଲା ପୋଲିସ । ନୂତନ ଭାବେ ଯୋଗ ଦେଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିଷ୍ଠା ପର ଉଦ୍ୟମ,କାର୍ଯ୍ୟଦକ୍ଷତା, ଆନ୍ତରିକତା, ଯୋଗୁଁ ବିଭିନ୍ନ ଥାନା ପୋଲିସ ଚଢ଼ାଉ କରି ଗଂଜେଇ ଜବତ କରୁଥିବା ଜଣାପଡିଛି |ଆଗକୁ ଗଂଜେଇ ଚୋରା ଚାଲାଣ କାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମୁନି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.