ହିଞ୍ଜିଳିକାଟୁ : ଦୋକାନ ତାଲା କାଟି ଲୁଟ୍‌…

add-all


ହିଞ୍ଜିଳିକାଟୁ , ୮।୨ ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଦୁର୍ଗାମଣ୍ଡପ ଗାୟତ୍ରୀ ନଗର ପ୍ରଥମ ଲାଇନ ରେ ଥିବା ଏକ ତେଜରାତି ଦୋକାନ ରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା କାଟି କ୍ୟାସ୍‌ ବାକ୍ସରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୋକାନ ମାଲିକ ଧର୍ମେନ୍ଦ୍ର ପାତ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଚୋରଙ୍କ ଟେର୍‌ ମିଳିନାହିଁ।
ସୂଚନାନୁସାରେ ଧର୍ମେନ୍ଦ୍ର ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ନିଜ ଘର ଆଙ୍କୋରଡା ଯାଇଥିଲେ। ବୁଧବାର ସକାଳୁ ଦୋକାନ ତାଲା କାଟି ଚୋରି ହୋଇଥିବା ନେଇ ସ୍ଥାନୀୟ ଵାସିନ୍ଦା ସୁଚନା ଦେଇଥିଲେ। ଧର୍ମେନ୍ଦ୍ର ନିଜ ଦୋକାନ ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ତାଲା କାଟି ଲୁଟ୍‌ କରି ସାରିଥିଲେ। କ୍ୟାସ୍‌ ଡ୍ର ଭାଙ୍ଗି ଦୁର୍ବୃତ୍ତମାନେ ସେଥିରେ ଥିବା ଖୁଚୁରା ଟଙ୍କା ଚୋରି କରି ନେଇଥିଲେ ଓ ଅନ୍ୟ ଜିନିଷ ଚୋରି ହୋଇଥିବା ଜାଣିପାରି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.