ଉପାନ୍ତ ଦୁର୍ଗମ ଅଞ୍ଚଳକୁ ୧୨ କିଲୋମିଟର ଚାଲି ଚାଲି ଛୁଟି ଗ୍ରାମର ସମସ୍ୟା ବୁଝିବାକୁ ପହଁଚିଲେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧି…

add-all

ଚିତ୍ରକୋଣ୍ଡା: ଦୁର୍ଗମ ଅଞ୍ଚଳରେ ଭଲ କାମ କରିଵା ତଥା ସେବା ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଦୁଇ ଉଦୀୟମାନ ଯୁବକ । ସେମାନେ ହେଉଛନ୍ତି କପାତୁଟି ପଞ୍ଚାୟତ ସମିତି ସଭ୍ୟ ନାଗେଶ ଖିଲ ଏବଂ କପାତୁଟି ସରପଞ୍ଚ ଶୁକ୍ରୀ ହନ୍ତାଳଙ୍କ ସ୍ୱାମୀ ତଥା ଜଣେ ଲଢୁଆ ଉଯୋଗୀ ସାମାଜିକ କର୍ମି ପଦଲାମ ହନ୍ତାଳ ବାରମ୍ବାର ନିଜ ପଞ୍ଚାୟତର ବିକାଶ ନିମନ୍ତେ ବିଭିନ୍ନ ସେବାରୁ ବଞ୍ଚିତ ଥିବା ଦୁର୍ଗମ ଅଞ୍ଚଳକୁ ବାରମ୍ବାର ପାଦରେ ଚାଲି ଚାଲି ଜନସାଧାରଣଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝି ସମାଧାନ ନିମନ୍ତେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଜଣାଇବା ସହ କିଛି ସାମ୍ବାଦିକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଉକ୍ତ ଅଞ୍ଚଳ ସମସ୍ୟା ଗୁଡ଼ିକୁ ପରଖି ସମାଧାନ କରିବାକୁ ଧରିତ୍ରୀ ପ୍ରତିନିଧି ଖିରୋଦ ବେହେରା ଚିତ୍ରକୋଣ୍ଡା ବିଡ଼ିଓଙ୍କୁ ଜଣାଇଥିଲେ l ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଉକ୍ତ ଅଞ୍ଚଳ ସମସ୍ୟା କୁ ଅନୁଧ୍ୟାନ କରି ତାଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ କପାତୁଟି ପଞ୍ଚାୟତ ଅନ୍ତର୍ଗତ ଅତି ଦୁର୍ଗମ ଅଞ୍ଚଳ ଇଲାକା ଗଞ୍ଜେଇମାଳ, ଏନ୍ତାଲାଙ୍କl ଓ ପରଜାଗୁଡ଼ା ଗ୍ରାମ ଏବଂ ପାପୁଲୁର ପଞ୍ଚାୟତର କମଳାବନ୍ଧା , ବାନ୍ଦାମାମୁଡି ,କଟମେତଲା ଭଳି ଉକ୍ତ ୬ ଟି ଗାଁ କୁ ଅତି ଦୁର୍ଗମ ପାହାଡ଼ ପର୍ବତ ଭିତରେ ୧୨ କିଲୋମିଟର ରୁ ଉର୍ଦ୍ଧ ପାଦରେ ଚାଲି ଚାଲି ଗାଁ ର ସମସ୍ୟା ଦେଖି ସମାଧାନ ର ବାଟ ବାହାର କରିବାକୁ ଯାଇଥିଲେ ଚିତ୍ରକୋଣ୍ଡା ବ୍ଳକ ପ୍ରଶାସନ ତରଫରୁ ବିଏସଏସଓ ଅମର ମାଡକାମି, କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ଦୋରା, ରୁରାଲ ହାଉସିଂ ବିଭାଗର ବ୍ଲକ ପ୍ରୋଜେକଟ କୋଡିନେଟର ଲଷ୍ମଣ ନାଗ , କପାତୁଟି ସମିତି ସଭ୍ୟ ନାଗେଶ ଖିଲ ଏବଂ କପାତୁଟି ସରପଞ୍ଚ ଶୁକ୍ରୀ ହନ୍ତାଳଙ୍କ ସ୍ୱାମୀ ପଦଲାମ ହନ୍ତାଲ ମିଶିକି ଉକ୍ତ ଗ୍ରାମ ଗୁଡ଼ିକ ବୁଲିବା ସହିତ ଉକ୍ତ ଗ୍ରାମ ମାନଙ୍କ ସମସ୍ୟା ବୁଝିଥିଲେ ମୁଖ୍ୟତଃ ଉକ୍ତ ଗ୍ରାମ ଗୁଡ଼ିକୁ ରାସ୍ତା ନାହିଁ, ପାନିୟ ଜଳ ନାହିଁ, ବିଦ୍ୟୁତ ଯାଇନାହିଁ,ପାଖରେ ଅଙ୍ଗନବାଡି କେନ୍ଦ୍ର ନାହିଁ, ପାଖରେ ବିଦ୍ୟାଳୟ ନଥିବାରୁ ପିଲାଏ ପାଠ ପଢିପାରୁ ନାହାନ୍ତି ,କେତେକ ଲୋକଙ୍କ ଭତ୍ତା ରୁ ବଞ୍ଚିତ ଥିଲେ ଚି଼ହ୍ନଟ କରାଯିବା ସହ କେହି ଘର ପାଇ ନାହାନ୍ତି ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡ଼ୁକୁ ରେକର୍ଡଭୁକ୍ତ କରାଯାଇ ଉକ୍ତ ଦୁର୍ଗମ ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ବିଡ଼ିଓ ଙ୍କୁ ଜଣାଇ ସମସ୍ୟା ସମାଧାନ କରିବାକୁ ଜନସାଧାରଣ ପ୍ରତିଶ୍ରୁତି ଦେଇ ସନ୍ଧ୍ୟା ରେ ଫେରି ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ଉକ୍ତ ଅଞ୍ଚଳ ର ସମସ୍ୟା ସମ୍ପର୍କରେ ଜଣାଇଥିଲେ l ଏବେବେ ଉପାନ୍ତ ଅଞ୍ଚଳରେ ବହୁ ଗ୍ରାମ ଅବହେଳିତ ଅବସ୍ଥାରେ ପଡିରହିଛନ୍ତି ଅବିଳମ୍ବେ ଉକ୍ତ ଅଞ୍ଚଳ ସମାଧାନ କରିବାକୁ ଦୁର୍ଗମ ଅଞ୍ଚଳ ବାସି ଦାବି କରିଛନ୍ତି l

ad-week
Leave A Reply

Your email address will not be published.