ଡକାୟତି ଯୋଜନା ବିଫଳ : ଗ୍ୟାଙ୍ଗର ୫ ଗିରଫ, ପିସ୍ତଲ, ବୋମା ଜବତ…

add-all

ପୁରୁଷୋତ୍ତମପୁର : କୋଦଳା ବଡ଼ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଏହାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ଗଞ୍ଜାମ ଜିଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ପଛପଟେ ଥିବା ମଶାଣି ପଡ଼ିଆରେ ଡକାୟତ ଗ୍ୟାଙ୍ଗ ଲୁଟ୍‌ ନେଇ ଯୋଜନା ପ୍ରସ୍ତୁତି କରୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚି ଗ୍ୟାଙ୍ଗର ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପୋଲିସ ତାଙ୍କଠାରୁ ବୋମା, ଏକ ପିସ୍ତଲ, ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କୋଦଳାର ବିକ୍ରମ ସାହୁଙ୍କ ନାମରେ ପୂର୍ବରୁ କୋଦଳା ଥାନାରେ ୬ଟି ଏବଂ ପୋଲସରା ଥାନାରେ ୩ଟି ମାମଲା ରହିଛି। ସେହିପରି ପୋଲସରା ପାଟଣାପଦର ସାହିର ଯଜ୍ଞ ପ୍ରଧାନଙ୍କ ନାମରେ ପୋଲସରା ଥାନାରେ ୬ଟି ମାମଲା ଥିବା ବେଳେ ପାତ୍ରପୁର ଓ ହିଞ୍ଜିଳିରେ ଗୋଟିଏ ଲେଖାଏ ମାମଲା ରହିଛି।

ad-week
Leave A Reply

Your email address will not be published.