ଚିତ୍ରକୋଣ୍ଡା (୧୦/୦୨) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘଟିଛି ଏକ ଅଭାବନୀୟ ଘଟଣା । ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ଗୋରେଣ୍ଟଲା ଥାନା ଅଧୀନ ବୁଡୁଲୋଲାପାଲି ଗ୍ରାମର ଏମ. ଲକ୍ଷେୟା ର ପୁଅ ଏମ ଆଞ୍ଜି ବୟସ ୨୩ ଦୀର୍ଘ ଦିନ ହେଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଠାରେ କାର୍ଯ୍ୟରତ କ୍ରସରରେ କର୍ମଚାରୀ ଭାବରେ କାମକରିଆସୁଥିଲା ଏମ. ଆଞ୍ଜି,ଗୁରୁବାର ଦିନ ସକାଳେ ପ୍ରତିଦିନ ଭଳି ଉପରକୁ ଚଢ଼ି ପଥର ବ୍ଲାଷ୍ଟ କରିଵା ନିମନ୍ତେ କିଛି ହୋଲ କରୁଥିବା ସମୟରେ ହଠାତ ଭରସାମ୍ୟ ହରାଇ ତଳେ ପଡ଼ି ମୃତୁ ବରଣ କରିଥିଲା । ଉକ୍ତ ଖବର ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟ ପଡ଼ାସେଟି ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ସ୍ଥାନୀୟ ଯୋଡ଼ାମ୍ବ ମେଡିକାଲ କୁ ନେଇଥିଲେ ସେଠି ଆଶୁ ଚିକିତ୍ସା କରାଯାଇଥିଲା ମାତ୍ର ଗୁରୁତର ଥିବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା ସେଇଠାରେ ଚିକିତ୍ସା ସମୟରେ ତାର ମୃତୁ ଘଟିଥିଲା l ଯୋଡ଼ାମ୍ବ ଥାନା କେସ ନମ୍ବର 03/2023 ମାମଲା ରୁଜୁ ଅନୁଯାଇ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ପରେ ଏମ. ଆଞ୍ଜି ଶବକୁ ନିଜ ସମ୍ପର୍କୀୟ ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଏମ. ଆଞ୍ଜି ଯେହେତୁ ଜଣେ ଯୁବକ ଅବସ୍ଥାରେ ହନ୍ତାଳଗୁଡ଼ା କ୍ରସର ରେ କର୍ମଚାରୀ ଭାବରେ କାମ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ ଆଜି ହଠାତ ଯୁବକ ଅବସ୍ଥାରେ ମୃତୁ ବରଣ କଲେ ମାନ୍ୟବର କୋର୍ଟ ଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ପରିବାର କୁ କ୍ଷତି ପୂରଣ ଦିଆଯିବ ବୋଲି ସୂଚନା ମିଳିଛି l
