ଆନ୍ତଃଜିଲ୍ଲା ୪ ଗଞ୍ଜେଇ ମାଫିଆ ଗିରଫ,  କାର ସହ ୫୫ କେଜି ଗଞ୍ଜେଇ ଜବତ

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦ୍ବାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ୫୫ କେଜି  ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l ସୂଚନା  ମୁତାବକ ଗତକାଲି ଫିରିଙ୍ଗିଆ ପୋଲିସ କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ମିଳି ଥିଲା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ବରେ ବା ଟା ଗାଁ ନିକଟ ରାସ୍ତା ରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଵାଲେନୋ କାର କୁ ଅଟକାଇବା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡ଼ି ଥିଲା ଘଟଣା ସ୍ଥଳରୁ କାର କୁ ଜବତ କରିବା ସହ କାର ରେ ବସିଥିବା ୪ଜଣ କୁ ଅଟକ ରଖିବା ପରେ ସେମାନେ ବାହାର ଜିଲ୍ଲାର  ପେଶାଦାର ଗଞ୍ଜେଇ ମାଫିଆ ହୋଇ ଥିବା ଜଣା ପଡି ଥିବା ବେଳେ ବଡମ୍ବା ଥାନା କାଶୀ କିଆରୀ ଗାଁର ବାପୁନା ଶେଠ୍ ଓ ଗଣେଶ ଦାସ ଥାନା ବଡମ୍ବା ଜିଲ୍ଲା କଟକ ଓ କାହ୍ନୁ ଚରଣ ପାତ୍ର ରତା ପାଟ ଗାଁ ଥାନା ବଡମ୍ବା ଓ  ଗୋକୁଳା ନନ୍ଦ ସାମଲ କଣ୍ଠି ପୋଲ ଗାଁ ଥାନା ତିଗିରିଆ ଜିଲ୍ଲା କଟକ ବୋଲି ଜଣା ପଡିଛି l ଅନ୍ୟ ପଟେ ଏହି ଘଟଣାରେ  ନୂଆ ଵାଲେନୋ କାର ଓଡି ୦୨ ସିଇ ୬୪୫୭ କୁ ଜବତ କରିବା ସହ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ  ଫିରିଙ୍ଗିଆ ଥାନାରେ ୨୨/୨୦୨୩ ରେ ଏକ ମାମଲା ରୁଜୁ କରିବା ସହ  କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.