କାର ସହ ୪୫ କିଲୋ ଗଞ୍ଜେଇ ଜବତ ୨ ଗିରଫ…

add-all

ଫିରିଙ୍ଗଆ ୧୨/୦୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ବେ ଅଞ୍ଚଳ ରୁ ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି ଗତ ୩ ଦିନ ଧରି ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରି କାର ସହ ମାଫିଆ କୁ ଗିରଫ କରିଥିବା ବେଳେ ଗତକାଲି ପୁଣି ୪୫କେଜି ଗଞ୍ଜେଇ ଜବତ କରିବା ସହ କାର ଏବଂ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି l ସୂଚନା ଅନୁସାରେ ଗତକାଲି ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫିରିଙ୍ଗିଆ ପୋଲିସ କୁ ସୂଚନା ମିଳିଥିଲା ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନିର୍ଦ୍ଦେଶ ରେ ଫିରିଙ୍ଗିଆ ପୋଲିସ ର ଗୋଟିଏ ଟିମ୍ ଫୁଲବାଣୀ ବାଲିଗୁଡା ରାସ୍ତା ର କୁଡୁକି ଘାଟି ରାସ୍ତା ରେ ଏକ ମାରୁତି ଅଲ୍ଟ କାର କୁ ଅଟକାଇବା ପରେ କାର ରେ ବାହାର ଜିଲ୍ଲା କୁ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡ଼ିଥିଲା ଘଟଣା ସ୍ଥଳରୁ ପୋଲିସ OD19C 3682 କାର କୁ ଜବତ କରିବା ସହ ୪୫ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଫିରିଙ୍ଗିଆ ଥାନା ଅଞ୍ଚଳ ର ପ୍ରମୋଦ ଦିଗାଲ ଓ ପୂର୍ଣ୍ଣଚନ୍ଦ୍ର ଦିଗାଲ କୁ ଅଟକ ରଖିଥିବା ବେଳେ ଆଜି ଫିରିଙ୍ଗିଆ ଥାନରେ ଗଞ୍ଜେଇ ଚାଲାଣ କରୁଥିବା ସଂକ୍ରାନ୍ତରେ ୨୩/୨୦୨୩ ରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.