ହିନ୍ଦ୍ ମଜଦୂର ସଭା ପକ୍ଷରୁ ସମ୍ବଲପୁର ରେଲୱେ ରେ ଶ୍ରମିକ ଶୋଷଣ ର ଅଭିଯୋଗ…

add-all

ସମ୍ବଲପୁର ୧୨/୨/୨୩ ସମ୍ବଲପୁର ରେଳ ବିଭାଗରେ କାର୍ଯ୍ୟରତ ବିନ୍ଧ୍ୟବାସିନି ଠିକା ସଂସ୍ଥା ଦ୍ୱାରା ଶ୍ରମିକ ମାନଙ୍କୁ ଶୋଷଣ ର ପ୍ରତିବାଦ କରି ବରିଷ୍ଠ ଉପଖଣ୍ଡ ଯନ୍ତ୍ରୀ ( ଡି ଏମ ଇ) ଦୀପକ ପର୍ଶୁରାମ ପୁରିଆ ଙ୍କ ସହ ହିନ୍ଦ୍ ମଜଦୂର ସଭା ପକ୍ଷରୁ ପ୍ରତିବାଦ କରାଯାଇଛି।


ଠିକା ସଂସ୍ଥା ଡାଇନାମିକ୍ ଦ୍ଵାରା କ୍ଷେତରାଜପୁର ରେଲୱେ ଷ୍ଟେସନ ର ସହିତ ଏହାର ଅନ୍ତର୍ଗତ ଷ୍ଟେସନ ର ପରିମଳ ବ୍ୟବସ୍ଥା ପାଇଁ ୯୦ ଜଣ ସଫେଇ କର୍ମଚାରୀ ଏବଂ ସୁପର ଭାଇଯର କାର୍ଯ୍ୟ କରି ଆସୁଥିବା ବେଳେ ନୂତନ ଭାବେ ସଫେଇ ଦାୟିତ୍ଵ ନେଇଥିବା ବିନ୍ଧ୍ୟ ବାସିନୀ ଠିକା ସଂସ୍ଥା କେବଳ ୪୦ଜଣ ସଫେଇ କର୍ମଚାରୀ ଙ୍କୁ ନିଯୁକ୍ତି ଦେଇ ୯୦ ଜଣଙ୍କ କାର୍ଯ୍ୟକୁ ୪୦ ଜଣଙ୍କ ଦ୍ଵାରା କରାଇ ଲାଭଖୋର ମାନବୃତି ରଖି କର୍ମଚାରୀ ଛଟେଇ ଏବଂ କମ କର୍ମଚାରୀ ଙ୍କୁ ଅଧିକ କାମ କରାଇ ଶ୍ରମିକ ଶୋଷଣ କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଯେତିକି ସ୍ଥାନର ସଫେଇ କାର୍ଯ୍ୟର ଦାୟିତ୍ଵ ୯୦ ଜଣ ଶ୍ରମିକ କରୁଥିଲେ ସେତିକି ସ୍ଥାନର କାର୍ଯ୍ୟକୁ ୪୦ ଜଣ ଶ୍ରମିକଙ୍କ ଦ୍ଵାରା ବାଧ୍ୟ ବାଧକତା କରେଇବା ପାଇଁ ଚେଷ୍ଟା କରିବା ସହିତ କାର୍ଯ୍ୟ ନ କଲେ ଛଟେଇ ଧମକ ଦିଆା ଯାଉଛି। ଏଠାରେ ପ୍ରକାଶ ଠାଉକି ପୂର୍ବରୁ ଦାୟିତ୍ଵ ନେଇଥିବା ଠିକା ସଂସ୍ଥା ଡାଇନାମିକ୍ କମ୍ପାନୀ ମଧ୍ୟ କାର୍ଯ୍ୟ ବନ୍ଦ କରିବା ପୂର୍ବରୁ ଛଟେଇ ଜନିତ ଅନୁକମ୍ପା ରାଶି ନ ଦେଇ ଶ୍ରମିକ ବିରୋଧୀ କାର୍ଯ୍ୟ କରିଛି। ଉଭୟ ଠିକା ସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାରରେ ଶ୍ରମିକ ମାନଙ୍କୁ ଶୋଷଣ କରିବା ସହିତ ଇ ଏସ ଆଇ ସୁଭିଦା ରୁ ବଞ୍ଚିତ କରିବା, ଇ ପି ଏଫ୍ ରେ ଅନିୟମିତତା, ସଠିକ୍ ସମୟରେ ସଠିକ୍ ଦରମା ନଦେବା, ବିନା କାରଣରେ ଛଟେଇ କରିବା ଅଭିଯୋଗ ହୋଇଆସୁଛି। ଆଜି ଏହି ଶୋଷଣ

ବିରୋଧରେ କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି , ହିନ୍ଦ୍ ମଜଦୂର ସଭା ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି , ଛାତ୍ର ବିଜେଡ଼ି ଜିଲ୍ଲା ଉପ ସଭାପତି ସୁମିତ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ର ଉପ ସଭାପତି ମହେଶ୍ୱର ମହାପାତ୍ର, ସମ୍ପାଦକ ଉମେଶ ଚନ୍ଦ୍ର ମଲ୍ଲିକ, ବିଦ୍ୟାଧର ସାସମଲ୍, ମାନବିକ ଅଧିକାର କର୍ମୀ ସୁନିଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଏହାର ପ୍ରତିବାଦ କରିବା ସହ ଛଟେଇ ହୋଇଥିବା ଶ୍ରମିକ ଙ୍କୁ ନିଯୁକ୍ତି, ସମସ୍ତଙ୍କୁ ୨୬ ଦିନ କର୍ଯ୍ୟଦିବଶ, ସଠିକ୍ ସମୟରେ ସଠିକ୍ ଦରମା ପ୍ରଦାନ, ଇ ଏସ ଆଇ ଏବଂ ଇ ପି ଏଫ୍ ରେ ଥିବା ଅନିୟମିତତା ଦୂର କରିବା ପାଇଁ ପଦକ୍ଷେପ ନ ନେଲେ ଆଇନଗତ ପଦକ୍ଷେପ ନେବା ପାଇଁ ଚେତାବନୀ ଦିଆଯାଇଛି।

ad-week
Leave A Reply

Your email address will not be published.