ଥାନା ସମ୍ମୁଖରୁ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ବ୍ରହ୍ମପୁର :ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ଏପରି କି ସେ ପିନ୍ଧିଥିବା ଏକ ପ୍ୟାଣ୍ଟ ଅଣ୍ଟାରୁ ଖସି ତଳେ ପଡିଯାଇଥିବାରୁ ଯାହାକୁ ପୋଲିସ ଜବତ କରିଛି। ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଛି।

ଅନ୍ୟପକ୍ଷେ ମୃତ ଯୁବକ ଜଣଙ୍କ ମାନସିକ ଅନଗ୍ରସର ଥିବା ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଛି। ଯୁବକ ଜଣକ ଗଛରେ ଚଢି ନିଜ ବେକରେ ଲୁଗା ବାନ୍ଧି ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ.୭/୨୩) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପରେ ଚିହ୍ନଟ ପାଇଁ ଏମ୍‌କେସିଜି ମେଡିକାଲ ଶବ ସଂରକ୍ଷଣ ଗୃହରେ ରଖା ଯାଇଛି । ଯୁବକ ଜଣକ ଥାନା ସମ୍ମୁଖ ଗଛରେ ଚଢି ଆତ୍ମହତ୍ୟା କରିବା ବେଳେ ପୋଲିସର କିପରି ନଜର ନ ପଡିବା ସେଥିପ୍ରତି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୁଣି ସେ ଜଣେ ମାନସିକ ରୋଗୀ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସ୍ପଷ୍ଟ କରିଛି ତେବେ ମୃତ ବ୍ୟକ୍ତି ଜଣକ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବାକୁ କାହିଁକି ବାଛିଲା ତାହା ସନ୍ଦେହ ପରିସର ଭୁକ୍ତ

ad-week
Leave A Reply

Your email address will not be published.