ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ସଚେତନ କାର୍ଯ୍ୟକ୍ରମ…

add-all

ଦାରିଙ୍ଗବାଡ଼ି, ୧୩/୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ପରିଦର୍ଶନ କରି ସଚେତନ ହେବାର କାର୍ଯ୍ୟକ୍ରମ ଚାଲୁରହିଛି । ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିଳ୍ପ ତାଲିମ ଦକ୍ଷତା ବୃଦ୍ଧି କରିବାରେ ଆଗ୍ରହ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଛି । ବିଭାଗୀୟ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଥିବା ପ୍ରତ୍ୟକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଟ୍ରେଡ ବିଷୟରେ ସୂଚନା ଦେବା ସହ ବ୍ୟବହାରିକ ଜ୍ଞାନ କୌଶଳ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଶିଳ୍ପ ତାଲିମ ନେବା ପାଇଁ ଆଗ୍ରହ ସୃଷ୍ଟି କରାଯାଇଛି। ଏଥିପାଇଁ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ.ନୂଆଗାଁ , ରାଇକିଆ ଓ ଦାରିଙ୍ଗବାଡ଼ିର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଚାରିଶହରୁ ଉର୍ଦ୍ଧ୍ବ ଛାତ୍ରୀ ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନ ପରିଦର୍ଶନ କରି ସଚେତନ ହୋଇଥିବା ଓ ଆଗାମୀ ଚାରି ପାଞ୍ଚ ଦିନମଧ୍ୟରେ ଏହି ଚାରୋଟି ବ୍ଲକ ସହିତ କୋଠଗଡ଼ ଓ ତୁମ୍ବୁଡିବନ୍ଧ ବ୍ଲକ ର ସମସ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରିଦର୍ଶନରେ ଆସି ଶିଳ୍ପ ତାଲିମ ସଚେତନ ହେବାର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସଚେତନତା ପରିଦର୍ଶନରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ହେବା ସହ ତାଲିମ ନେବାପାଇଁ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.