ବନ୍ଧଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

add-all

ଫିରିଙ୍ଗିଆ,-:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଧୂପ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଫିରିଙ୍ଗିଆ ପଂଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ ଲାଲ ଚନ୍ଦ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପୂର୍ଣ୍ଣ ଚନ୍ଦ୍ର କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବନ୍ଦଗଡ଼ ବନପାଳ ସରୋଜ କୁମାର ମିଶ୍ର,ବ୍ଲକ ଶିକ୍ଷକ ସଙ୍ଘ ର ସଭାପତି ସିମାଞ୍ଚଳ ମୁଖି,ବନ୍ଧଗଡ଼ ଗ୍ରାମ ପଂଚାୟତ ର ସରପଞ୍ଚ ସୁଭଦ୍ରା କହଁର,ବନ୍ଧଗଡ଼ ଗ୍ରାମ ପଂଚାୟତ ର ସମିତି ସଭ୍ୟ ପର୍ଶୁରାମ କହଁର ଏବଂ ଗ୍ରାମ ର ମୁଖିଆ ଗୋପବନ୍ଧୁ ବିଶୋଇ ଏବଂ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ,ଅଭିଭାବକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଦିବା ୧୧ଘଂଟିକା ସମୟରେ ଉଦଘାଟନ ଉତ୍ସବ ହୋଇଥିବା ବେଳେ ଦିବା ୧୨ଘଂଟିକା ସମୟରେ ଉତୀର୍ଣ୍ଣ ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଏବଂ ଅପରାହ୍ନ ୨ଘଂଟିକା ସମୟ ରେ ବିଦ୍ୟାଳୟ ର କୁନାକୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ad-week
Leave A Reply

Your email address will not be published.