ବାହାଘରକୁ ତିନି ଦିନ ବିତିନି, ହାତ ଧରାଧରି ହୋଇ ଚାଲିଗଲେ ଆର ପାରିକୁ !

add-all

ବ୍ରହ୍ମପୁର : ତିନି ଦିନ ତଳେ ପଡ଼ିଥିଲା ହାତ ଗଣ୍ଠି। ଲିଭିନି ଅଳତା, ଘରୁ ଯାଇନାହାନ୍ତି କୁଣିଆ ମୈତ୍ର। ହେଲେ ଆଜି ଲଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ବାହାଘର ତୃତୀୟ ଦିନରେ ସ୍ୱାମୀ-ସ୍ତ୍ରୀ ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ମଝି ରାସ୍ତାରେ ଧକ୍କା ଦେଲା ଟ୍ରକ୍ଟର। ଆଉ ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ନବ ଦମ୍ପତି!
ଗତ ୧୦ ତାରିଖରେ ଇଚ୍ଛାପୁରର ଜି.ବେଣୁଙ୍କୁ ବ୍ରହ୍ମପୁର ସି.ଏଚ. ପ୍ରଣୀତା ବିବାହ କରିଥିଲେ। ବୈଦିକ ରୀତିନୀତିରେ ହୋଇଥିଲା ବିବାହ ଉତ୍ସବ। ଆଜି ଜି.ବେଣୁ ପତ୍ନୀଙ୍କୁ ଧରି ବାଇକ୍‌ରେ ବ୍ରହ୍ମପୁର ଆସୁଥିଲେ। ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଅପରପାର୍ଶ୍ୱରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ନବ ଦମ୍ପତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.