ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ବୟାନ ରେକର୍ଡ…

add-all

ବ୍ରହ୍ମପୁର : ବ୍ରହ୍ମପୁର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ଅନ୍ୟତମ ସାକ୍ଷୀ ଥିବା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ମହାରଣା ସୋମବାର ଅତିରିକ୍ତ ଜିଲା ଜଜ୍‌-୩ (ଏଡିଜେ) ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ହାଜର ହୋଇଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଏହି ହତ୍ୟା ମାମଲାରେ ଜାମିନରେ ଥିବା ଡାକ୍ତରଙ୍କ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀ ମଧ୍ୟ ହାଜର ହୋଇଥିଲେ। ମାମଲାର ୧୫ତମ ସାକ୍ଷୀ ଭାବେ ହାଜର ହୋଇଥିବା ପ୍ରଦୀପ ମହାରଣାଙ୍କୁ ପ୍ରତିପକ୍ଷ ଓକିଲ ହତ୍ୟା ଘଟଣାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ। କିଛି ପ୍ରଶ୍ନର ଉତ୍ତର ସେ କହିଥିବା ବେଳେ ଅନ୍ୟ କିଛି ବିଷୟ ଜାଣିନଥିବା କହିଥିଲେ। ଏହି ମାମଲାରେ ମୋଟ ୪୪ଜଣ ସାକ୍ଷୀ ଥିବା ବେଳେ ସୋମବାର ୧୫ତମ ସାକ୍ଷୀ ପ୍ରଦୀପଙ୍କ ବୟାନ ରକର୍ଡ କରାଯାଇଛି। ମାର୍ଚ୍ଚ ୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ପ୍ରକାଶ ଯେ, ୨୦୧୮ ସେପ୍ଟେମ୍ବର ୪ରେ ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା। ବୈଦ୍ୟନାଥପୁର ପୋଲିସ ହତ୍ୟାକାରୀ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ମାମଲା ନମ୍ବର ୧୮୬/୧୮ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ମୃତଦେହ ବ୍ୟବଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଭାବେ ପ୍ରଦୀପ ମହାରଣା ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ୨୦୧୮ରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ରକରି ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଡାକ୍ତର, ବିଷ୍ଣୁଙ୍କୁ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳାରେ କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ପୋଲିସ ବିଷ୍ଣୁଙ୍କ ମୃତଦେହ ଜବତ କରିଥିଲା। ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ କପିଳ ପଟ୍ଟନାୟକ ଓ କୃଷ୍ଣପ୍ରସାଦ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.