ଅପହଞ୍ଚ ରାଇକିଆ ବାଦଗଡ଼ ଗ୍ରାମକୁ ପକ୍କା ରାସ୍ତା କେବେ… ?

youtube

ଫୁଲବାଣୀ : ସ୍ଵାଧୀନତା ୬୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅର୍ନ୍ତଗତ କନ୍ଧମାଳ ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତର ଗ୍ରାମ ବାଦଗଡ଼ ଗାଁକୁ ଭଲ ରାସ୍ତା ନ ଥିବାରୁ ଗ୍ରାମବାସୀ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଉକ୍ତ
ଗ୍ରାମର ୧୨୦ରୁ ଉର୍ଦ୍ଧ ପରିବାରଙ୍କ ପାଇଁ ମୌଳିକ ଆବଶ୍ୟକତା ଆଜି ବି ଅପହଞ୍ଚ ଥିବାବେଳେ ସୀମାନ୍ତ ଗ୍ରାମ ବୋଲି
ଏଠାରେ ପ୍ରଶାସନିକ ଅଧିକାରୀ ତଥା ଜନପ୍ରତିନିଧିଙ୍କ ପାଦ ପଡ଼େ ନାହିଁ ।ଗୁମାକୁ ଥିବା ଏକ ରାସ୍ତା ଖାଲଖମାରେ
ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ କାହାର ନଜରକୁ ଆସୁନାହିଁ I ହଁ କିନ୍ତୁ ନିର୍ବାଚନ ସମୟରେ ଭୋଟ ସାଉଁଟିବା ପାଇଁ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଖୁବ ଶୀଘ୍ର ଗ୍ରାମକୁ ରାସ୍ତା ନିର୍ମାଣ ହେବ ବୋଲି ନେତା ରାଜନେତା ପବନ ଛାଡି ଭୋଟ ହାତେଇବା ପାଇଁ ବିଭିନ୍ନ ରଣ କୌଶଳ କରନ୍ତି l ସବୁଠାରୁ ଦୁଃଖର ବିଷୟ ହେଲା ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ଗାଁକୁ ଆସିପାରୁନାହିଁ ।ଏଥି ସହିତ ଏହି ଗ୍ରାମବାସୀ ବ୍ୟାଙ୍କ, ପୋଷ୍ଟାଲ, ଶିକ୍ଷା, ବଜାର ମେଡିକାଲ, ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି ବଟା ଇତ୍ୟାଦି ପାଇଁ ସୋରଡ଼ା ଉପରେ ନିର୍ଭର କରୁଛନ୍ତି l ଭଲ ରାସ୍ତାଟିଏ ନ ଥିବାରୁ ଜରୁରୀ କାଳିନ ସେବାରୁ ମଧ୍ୟ ବଞ୍ଚିତ ରହୁଛନ୍ତି ବୋଲି ଜିଲ୍ଲା ପ୍ରଶାସନକୁ ବାରଂବାର ଅଭିଯୋଗ କରିଥିଲେ ମଧ୍ଯ କିଛି ଲାଭ ହେଉନି ବୋଲି କହିଛନ୍ତି ଗ୍ରାମବାସୀ l ମାତ୍ର ୪ କିଲୋ ମିଟର ରାସ୍ତା ନିର୍ମାଣ କରାଗଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଶାବାନ୍ଧି ବସିଛନ୍ତି ଗ୍ରାମବାସୀ l ନ ହେଲେ ଆଗାମୀ ୨୦୨୪ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି l ଘାସିରାମ ନାୟକ, ବିଜୟ ଦଳବେହେରା, ଆକୁଳ ପା ହାନ, କବି ଚନ୍ଦ୍ର ଭୂୟାଁ, ବିଷ୍ଣୁ ନାୟକ, ଭଜ ଦଳବେହେରା, ଦିଗମ୍ବର ଦଳବେହେରା, ପରି ବିଶୋୟୀ, ଛନ୍ଦା ବିଶୋୟୀ,ସନ୍ତୋଷ ଦଳବେହେରା, ଭାଲୁ ଭୂୟାଁ, ତ୍ରିନାଥ ନାୟକ, ସତ୍ୟ ବିଶୋୟୀ, ବାବାଜୀ ବିଶୋୟୀ, ଆଦି ଦଳବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଗ୍ରାମର ଦୁଃଖ ବଖାଣିଛନ୍ତି l ହେଲେ ଆଗାମୀ ନିର୍ବାଚନ ପୂର୍ବରୁ ଗ୍ରାମକୁ ରାସ୍ତାଟିଏ ନିର୍ମାଣ ହେଇ ପାରୁଛି ନା ଗ୍ରାମବାସୀ ଭୋଟ ବର୍ଜନ କରିବେ ତାହା ସମୟ କହିବ l

Leave A Reply

Your email address will not be published.