ନଳକୂପ ଅଚଳ, ଚଳନ୍ତା ନଳକୂପରେ ଆସୁଛି ଗୋଳିପାଣି…

youtube

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପିଇବା ପାଣି ସମସ୍ୟା ଦେଖା ଦେଇଛି | କେଉଁଠି ନଳକୂପ ଅଚଳ ତ କୋଉଠି ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ରତଙ୍ଗ ପଞ୍ଚାୟତ ର ଡେଲର ପଡ଼ା ,ଲଦା ଗାଁ ରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ବାକୁ ମିଳିଛି l ଏହି ଅଞ୍ଚଳ ରତଙ୍ଗ ପଞ୍ଚାୟତର ୭ ନମ୍ବର୍ ୱାର୍ଡ ହୋଇଥିବା ବେଳେ ଏହି ଗ୍ରାମରେ ୪୦ ରୁ ଉର୍ଦ୍ଧ୍ବ ଘର ସଂଖ୍ୟା ରହିଛି l ଗାଁ ରେ ୫ ଟି ନଳକୂପ ରହିଥିବା ବେଳେ ୨ ଟି ସମ୍ପୂର୍ଣ ଅଚଳ ହୋଇଛି ଏବଂ ଅନ୍ୟ ତିନୋଟି ମଧ୍ୟରୁ ୨ ଟି ରେ ଗୋଳି ପାଣି ବାହାରୁଥିବା ବେଳେ ଅଳ୍ପ ୩ ରୁ ୪ ବାଲଟି ପାଣି ବାହାରିବା ପରେ ପାଣି ବନ୍ଦ୍ ହୋଇ ଯାଉଛି l ଗୋଟିଏ ନଳକୂପ ଯାହାକି ଅଙ୍ଗନୱାଡ଼ି ପାଖରେ ରହିଛି ତାହା ଭଲ ପାଣି ବାହାରିଥିଲେ ମଧ୍ୟ ସମସ୍ତଙ୍କୁ ପାଣି ମିଳି ପାରୁ ନାହିଁ l ପିଇବା ପାଣି ମିଳୁନଥିବା ବେଳେ ଗାଧେଇବା ପାଇଁ ପାଣି ମିଳିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି l କିଛି ଲୋକ ରତଙ୍ଗ ଠାରେ ଥିବା ଘାଇ ରେ ଗାଧେଇବାକୁ ଯାଉଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ସରପଞ୍ଚ ସହ ବ୍ଲକ ପ୍ରଶାସନକୁ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଜଣାଇଥିବା ବେଳେ ଏବେ ମଧ୍ୟ ପାଣି ପାଇଁ କୌଣସି ସୁବିଧା ହୋଇ ନ ଥିବାରୁ ଲୋକେ ପାଣି ପାଇଁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗାଁରେ ଅନ୍ୟାନ୍ୟ ବିକଳ୍ପ ନ ଥିବା ବେଳେ ନଳ କୂପ ଭରସା କରି ଅଞ୍ଚଳ ବାସି ରହିଥିବା ବେଳେ ଆଗକୁ ଖରା ଦିନ ଆସୁଥିବା ବେଳେ ଲୋକେ ପାଣି ପାଇଁ ଅସୁବିଧା ର ସମ୍ମୁଖୀନ ହେବା ନିଶ୍ଚିତ ହୋଇ ପଡ଼ିଛି l ଲୋକଙ୍କ କହିବା ଅନୁସାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ କିମ୍ୱା ଅଧିକାରୀ ଅଭିଯୋଗ ପରେ ଗାଁ ରେ ନୂତନ ନଳକୂପ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ସତ କିନ୍ତୁ କାର୍ଯ୍ୟକାରୀ କରାନଯିବାରୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ରହି ଯାଉଛି l ଆଗାମୀ ଦିନରେ ପାଣି ସମସ୍ୟା ସମାଧାନ ନହେଲେ ରାଜ ରାସ୍ତାକୁ ଓହ୍ଲାଇ ବାକୁ ଚେତାବନୀ ଦେଇଛନ୍ତି ଗ୍ରାମର ରମେଶ ମାଝି,ରଞ୍ଜନ ନାୟକ ,କାହୁଁ ମାଝୀ,ପ୍ରଦ୍ୟୁମ୍ନ ପୃଷ୍ଟି ,ବିକାଶ ନାୟକ , ପ୍ରମୋଦ ରଣା , ବାସୁ ନାୟକ ଓ ଅନ୍ୟ ମାନେ ଅନ୍ୟ ପଟେ ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ହିଲରେଶ୍ ତିର୍କି ଙ୍କୁ ପଚାରିବାରୁ ପାଖରେ ଖବର ନାହିଁ ଏବଂ ତୁରନ୍ତ ପାଣି ପାଇଁ ସମାଧାନ କରାଯିବ ବୋଲି କହିଛନ୍ତି l ଏହି ଘଟଣାକୁ ନେଇ ସ୍ଥାନୀୟ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଙ୍କୁ ପଚାରିବାରୁ ତୁରନ୍ତ ପାଣି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି l ଅନ୍ୟ ପଟେ କେତେଦିନ ଭିତରେ ପାଣି ସମସ୍ୟା ର ସମାଧାନ କରାଯିବ ଦେଖିବାର ବାକି ରହିଲା l

Leave A Reply

Your email address will not be published.