ପରିବହନ ବିଭାଗ ଓ ପୋଲିସର ମିଳିତ ଗାଡ଼ି ଯାଞ୍ଚ…

youtube

ଦାରିଙ୍ଗବାଡି,୧୪/୨ : ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଦାରିଙ୍ଗବାଡି ସ୍ଥିତ ଡବେରୀ, ହିଲ ଭିୟୁ ଛକ ଓ କଫି ବଗିଚା ନିକଟରେ ଗାଡ଼ି ଯାଞ୍ଚ କରାଯାଇଥିଲା । ହେଲମେଟ ଯାଞ୍ଚ ସହ ଗାଡ଼ି କାଗଜ ପତ୍ର ଓ ମଦ୍ୟ ପାନ କରି ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଯାଞ୍ଚ କରି ୬୫ ହଜାର ରୁ ଉର୍ଦ୍ଧ ଟଙ୍କା ଜରିମାନା କଟାଯାଇଥିବା ବେଳେ ୧୦ ଜଣ ମଦ୍ୟପ ଚାଳକଙ୍କ ଡ୍ରାଇଭର ଲାଇସେନ୍ସ ରଦ କରାଯାଇଥିଲା । ଏସଆଇ ଜିତେନ୍ଦ୍ର ବେହେରା, ଏଏସଆଇ ପି. ଶ୍ରୀନିବାସ ରାଓ ସମେତ ପୋଲିସ ଫୋର୍ସ ଓ ପରିବହନ ବିଭାଗର ଅଧିକାରୀ ମାନେ ଗାଡ଼ି ଯାଞ୍ଚ କରିଥିଲେ ।

Leave A Reply

Your email address will not be published.