ବିପଦର ବନ୍ଧୁ ସଂଗଠନ ତରଫରୁ ରକ୍ତଦାନ ଶିବିର

add-all

ହିଞ୍ଜିଳକାଟୁ (୧୪।୨) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ପୂଲୱାମା ଆକ୍ରମଣରେ ସହିଦ ସୈନିକ ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଆୟୋଜନ ହୋଇଥିଲା।ଶିବିରରେ ଅତିଥି ଭାବେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା , ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ପ୍ରତିଷ୍ଠାତା ଜି ଶିବରାମ ପାତ୍ର ଓ ସଭାପତି ରବିନ କୁମାର୍ ସାହୁ ପ୍ରଦ୍ଵୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିବା ସହିତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୮୬ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। । ପ୍ରଥମ ଥର ପାଇଁ ଗ୍ରାମ୍ୟ ସ୍ତରରେ ବହୁ ଯୁବତୀ, ନୂତନ ରକ୍ତଦାତା ଓ ଦିବ୍ୟାଙ୍ଗ ମାନଙ୍କ ଭିତରେ ରକ୍ତଦାନ କ୍ଷେତ୍ରରେ ବହୁ ଉତ୍ସାହ ଦେଖା ଦେଇଥିଲା। ବିପଦର ବନ୍ଧୁ ସଂଗଠନର ହିଞ୍ଜିଳିକାଟୁ ବ୍ଲକ୍ ଉପସଭାପତି ନିଳ ଭଉଳ, ପପୁ ପରିଡ଼ା, ଦୀପକ ପରିଡା ଓ ସଙ୍ଘ ର ବହୁ ସଦସ୍ୟ ଙ୍କ ସମେତ ଗ୍ରାମର ଯୁବକ ଓ ଗ୍ରାମବାସୀ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ କାହ୍ନୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.