
ଫୁଲବାଣୀ : ଆଜି ଫେବୃଆରୀ ୧୪ ତାରିଖ। ୨୦୧୯ ଠିକ୍ ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ୪୦ ଜଣ ସିଆରପିଏଫ ଯବାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବୋଳିଦାନକୁ ସମ୍ମାନ ଜଣେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ସ୍ଵରୁପ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ lସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ।ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ। ଶିବିରରେ ରକ୍ତଭଣ୍ତାରର କର୍ମଚାରୀ ଡାଃ ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ଲଷ୍ମୀଧର ମଣ୍ଡଳ, ସାକେତ ରାଣୀ ନାଏକ,ସଂଯୁକ୍ତା ଦଳଛତ୍ର,ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ପ୍ରମୁଖ ସମ୍ପାଦନ କରିଥିଲେ।ପୁନଶ୍ଚ ରକ୍ତଦାନ ଶିବିରରେ ମହେନ୍ଦ୍ର ସୁବୁଦ୍ଧି, ବିରଜା ମହୋନ ରଥ, ଡି ଏମ ଆର ସି ଆଶିଷ କୁମାର ମହାନ୍ତି, ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ଆକ୍ସିସ ବ୍ୟାଙ୍କ୍ ଷ୍ଟାଫ୍ଫ, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ଜିଲ୍ଲା ଆପlତ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ସ୍ୱାଇଁ, ପୈାର ପରିଷଦର କାର୍ଯ୍ୟ ନିର୍ବାହୀ ଅଧୀକାରୀ ବଳଦେବ ବେହେରା, ମୁଖ୍ୟ ଚିକିତ୍ସାଳୟ ପିପି ସି ସେଣ୍ଟର କିଛି କର୍ମଚାରି ଫୁଲବାଣୀର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ଜନସାଧାରଣ ଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ। ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରି ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରି ଶିବିରକୁ ସଫଳ କରାଇଥିଲେ l