ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ମାତୃପିତୃ ପୂଜନ ଦିବସ ପାଳିତ

youtube

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସାରା ମାତୃ ପିତୃ ପୂଜନ ଦିବସ ବ୍ୟାପକ ଭାବେ ପାଳନ କରାଯାଇଛି l ସାମ୍ପ୍ରତିକ ସମୟରେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯୁବ ପିଢ଼ି ପାଶ୍ଚାତ୍ୟ ପ୍ରେମରେ ବୁଡ଼ି ଯାଉଛନ୍ତି, ବାପା ମାଆ ଭଳି ଅତି ଆପଣାର ସମ୍ପର୍କ ଠାରୁ ଦୁରେଇ ଯାଉଛନ୍ତି l ଏହି ପରିପ୍ରେକ୍ଷୀରେ ବାପା ମାଆ ଙ୍କୁ ଭଲ ପାଇବା, ଆଦର କରିବା, ଭକ୍ତି ଓ ସମ୍ମାନ ଦେଖାଇବା ପାଇଁ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସଂଯୋଜକଙ୍କ ମାର୍ଗଦର୍ଶନରେ ଏହି ପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ବୋଲି କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ କହିଛନ୍ତି l ଫୁଲବାଣୀ ସ୍ଥିତ ଏସ ଏସ ନର୍ସରୀ ପରିସରରେ ପରିଷଦର ଉପ ସଭାପତି ଶ୍ରୀ ପ୍ରସନ୍ନ ପଣ୍ଡା ଙ୍କ ଉଦ୍ୟମରେ ଶିଶୁମାନଙ୍କ ଦ୍ୱାରା ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ କୁମାର କୁନ୍ଦନ ସିଂ, ଅଧ୍ୟକ୍ଷ ଅବନୀକାନ୍ତ ପଟ୍ଟନାୟକ, ଉପଦେଷ୍ଠା ବନବିହାରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ବାଲିଗୁଡାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଷଦର ବାଲିଗୁଡା ସଂଯୋଜକ ତୀର୍ଥବାସୀ ଘଡେଇଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା l ପ୍ରାୟ ପଚାଶ ଜଣ ପିତା ମାତା ଯୋଗଦେଇଥିଲେ l ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ମାନଙ୍କ ପରିଚୟ ଦେଇଥିଲେ l ଆଦିବାସୀ ମହା ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସଂକୁଳ ସଦସ୍ୟ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପରିଚାଳନା ସମିତିର ସଦସ୍ୟ ମନୋରମା ମିଶ୍ର ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପରିଷଦ ର ତୁମୁଡିବନ୍ଧ ସଂଯୋଜିକା ନେତାଜୀ ସୁଭାଷ ବୋଷ ଡିଗ୍ରୀ କଲେଜ ର ଶିକ୍ଷା ବିଭାଗ ଅଧ୍ୟାପିକା ସ୍ଵାଗତିକା ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ତଥା ପରିଷଦର ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ପରିଷଦ ତଥା ଆଜି କାର୍ଯ୍ୟକ୍ରମର ଉଦ୍ୟେଶ ଜ୍ଞାପନ କରିଥିଲା ବେଳେ ସଭାପତି ପୁରୁଷୋତ୍ତମ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l ଉପସଭାପତି ପ୍ରସନ୍ନ ସାହୁ ସଦସ୍ୟ ସୁଶାନ୍ତ ପାତ୍ର, ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଚଉତିରିଶ ଜଣ ପିତା ମାତା ଏଥିରେ ଯୋଗ ଦେଇଥିଲେ l ସେହିପରି ପଂଚାୟତ ମହା ବିଦ୍ୟାଳୟ ଫିରିଙ୍ଗିଆ ଠାରେ ପରିଷଦର ଫିରିଙ୍ଗିଆ ସଂଯୋଜିକା ଅଧ୍ୟାପିକା ହରପ୍ରିୟା ମିଶ୍ର ଙ୍କ ତତ୍ୱାବଧାନରେ ପୂଜନ କାର୍ଯ୍ୟକ୍ରମ ହୋଇଥିଲା l ପରିଷଦ ର ସଭାପତି ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ପିଲାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ l ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ଏହି ପୂଜନ କାର୍ଯ୍ୟକ୍ରମ ସଫଳ ହୋଇଛି ଏବଂ ପ୍ରତିଦିନ ମାତୃ ପିତୃ ପୂଜନ ଦିବସ ପାଳନ ହେବା ଉଚିତ ବୋଲି ପରିଷଦ ର ସଭାପତି ଡ଼ଃ ମିଶ୍ର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l

Leave A Reply

Your email address will not be published.