ଉପାନ୍ତ ଇଲାକା ବୁଡୁମୁଣ୍ଡି ଗ୍ରାମରେ ବିଧାୟକ ପହଁଚି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ…

add-all

ଦାରିଙ୍ଗବାଡ଼ି, ୧୮/୦୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଉପାନ୍ତ ଇଲାକାରେ ଥିବା ବୁଡୁମୁଣ୍ଡି ଗ୍ରାମରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଗ୍ରାମ ବାସୀଙ୍କ ସମସ୍ୟା ବୁଝି ଅତି ଶୀଘ୍ର ସମସ୍ୟାର ସମାଧାନ କରିବା ନେଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି। ପ୍ରକାଶ ଥାଉକି ବୁଡୁମୁଣ୍ଡି ଗ୍ରାମବାସୀଙ୍କ ଦୁଇଟି ମୁଖ୍ୟ ସମସ୍ୟା ରହିଥିଲା। ଯାହାକି ବର୍ଷାଦିନରେ ପାହାଡିଆ ପାଣି ମାଡି ଆସି ଘାଇ ତିଆରି ହୋଇ ଜମିବାଡି ଧୋଇହୋଇ ଯାଉଥିଲା। ଗ୍ରାମ ବାସୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାହାଡିଆ ବର୍ଷାଜଳ ରୋକିବା ପାଇଁ ଗାର୍ଡୱାଲ କରିବାକୁ ପ୍ରତିସୃତି ଦେବା ସହିତ ସେହି ଅଂଚଳର ଆଉ ଏକ ମୁଖ୍ୟ ସମସ୍ୟା ଯାହାକି ନେଟୱାର୍କ ସମସ୍ୟା, ସେହି ସମସ୍ୟାବି ଆଉ ରହିବ ନାହିଁ କହି ପ୍ରତ୍ରିଶୃତି ଦେଇଥିବା ଜଣା ପଡିଛି। ବିଧାୟକଙ୍କ ସହିତ ଦଳୀୟକର୍ମୀ ମନ୍ମଥ ପାତ୍ର, ଦେବଚନ୍ଦ୍ର ମଳିକ, ଟୁକୁନା ମହାନ୍ତି, ଚିନା ଦୋରା।ଙ୍କ ସହିତ କାଟିଙ୍ଗିଆ ସରପଞ୍ଚ, ସମିତି ସଭ୍ୟା, ପୂର୍ବତନ ସରପଞ୍ଚ, ସମିତି ସଭ୍ୟାଙ୍କ ସହିତ ଅଞ୍ଚଳର ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଶେଷର ବ୍ରାହ୍ମଣୀଗାଁ ସ୍ଥିତ ଶିଵ ମନ୍ଦିରରେ ପହଞ୍ଚି ଶିଵ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଗ୍ରାମ୍ୟ ନେତୃବୃନ୍ଦ ଓ ଦଳୀୟ କର୍ମୀ ବାବୁନି ପଣ୍ଡା, ବିରଞ୍ଚି ବିଷୋୟୀ, ରାଜୁ ବେହେରଦଳେଙ୍କ ସମେତ ଦଳୀୟ କର୍ମୀ ସମୂହଙ୍କ ସହ ଆଲୋଚନା କରି ଫେରି ଯାଇଥିବା ଜଣା ପଡିଛି।

ad-week
Leave A Reply

Your email address will not be published.