ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ…

add-all

ବ୍ରହ୍ମପୁର : ହିଲ ପାଟଣା ସ୍ଥିତ ଏସ୍.ଏମ୍.ଆଇ.ଟି. ପରିସରରେ ଓଡିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ , ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଦୈନିକ ଆଶା ର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ଆକାଶ ବାଣୀ ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖ୍ୟାତନାମା ଉଦ୍ ଘୋଷକ ହୃଶୀକେଶ ପାଣିଗ୍ରାହୀ ଯୋଗ ଦେଇ। ରେଡ଼ିଓ ର ଇତିହାସ ଓ ସମାଜ ରେ ଶାନ୍ତି ବଜାୟ ରଖିବା ଦିଗରେ ରେଡ଼ିଓ ର ଭୂମିକା ଦିଗରେ ଆଲୋକପାତ କରିଥିଲେ. ଗ୍ରାମୀଣ, ସହର, ଧନୀ ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ତଥା ଆବାଳବୃଦ୍ଧ ବନିତାଙ୍କ ଦୈନନ୍ଦିନ ଜୀବନ ବିଶେଷ କରି ଆମ ରାଜ୍ୟରେ ବିପତ୍ତି ସମୟରେ ରେଡ଼ିଓର ମହାନ ଭୂମିକା ବିଷୟରେ କହିଥିଲେ। ଏସ ଏମ ଆଇଟି ସଭାପତି ଡ଼ ଭଗବାନ ଗନ୍ତାୟତ,ଆକାଶବାଣୀର ଅନ୍ୟତମ ଉଦଘୋଷକ ଅରୁଣ ସତପଥୀ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବା ବେଳେ, ୟୁ.ଏ.ଏ. ର ସମ୍ପାଦକ ମଙ୍ଗରାଜ ପଣ୍ଡା ଓ ବ୍ରହ୍ମପୁର ଅର୍ବାନ ସେଣ୍ଟର ର ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଧ୍ଯ ଅତିଥିମାନେ ସେମାନଙ୍କ ଭାଷଣରେ ସୂଚନା ଦେଇଥିଲେ. ଅସ୍ତିତ୍ବ, ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଓ ଆଶା ଅନୁଷ୍ଠାନ ତରଫରୁ ରେଡ଼ିଓ ସହିତ ଫଟୋ ଏବଂ ଗୋଟିଏ ରେଡ଼ିଓ ଉପରେ ଆଧାରିତ ବାର୍ତ୍ତା ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା।. ଏହି କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଡ ମମତା ଦାଶ , ପ୍ରଭାକର ସାହୁ କାଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ସୁୁଦିପ କୁମାର୍ ସାହୁ କାଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ସ୍ବତନ୍ତ୍ର ଭାବେ ସତ୍ୟ ମହାରଣା, ଶୁଭଦ୍ରା ଶୁକ୍ଳା . ପି, ଧର୍ମା ରାଓ ଓ ସ୍ମିତା ସ୍ଵିନି ମହାପାତ୍ର ଙ୍କୁ ସମ୍ବର୍ଧିତ କରାଯାଇଥିଲା।

ad-week
Leave A Reply

Your email address will not be published.