ଶାନ୍ତି କୁଞ୍ଜ ୨୪ କୁଣ୍ଡୀୟ ମହାଯଜ୍ଞ ଲାଗି କଳସ ଯାତ୍ରା…

add-all

ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ହେବାକୁ ଥିବା ୨୪ କୁଣ୍ଡୀୟ ମହାଯଜ୍ଞ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ କଳସ ଯାତ୍ରା ଶୁଭାରମ୍ଭ ହୋଇଥିଲା। ଶକ୍ତି ପୀଠରେ ୩୦୦ରୁ ଉର୍ଦ୍ଧ୍ବ ମହିଳାମାନେ ଯୋଗଦେଇ ରାମଲିଙ୍ଗେଶ୍ବର ପୋଖରୀରୁପର୍ଯ୍ୟନ୍ତ କଳସ ଯାତ୍ରାରେ ସାମିଲ ହୋଇଥିଲେ।ସେଠାରେ ବରୁଣ ପୂଜନ ଓ ଆବାହନ କରିବା ପରେ ଜଳ କଳସ ନେଇ ଶକ୍ତିପୀଠ ନିକଟରେ ଥିବା ଯଜ୍ଞଶାଳା କୁ ଫେରିଥିଲେ। ଏହି ଅବସରରେ ହରିଦ୍ଵାରରୁ ଆସିଥିବା ନିତ୍ୟାନନ୍ଦ ଦାସ ଏବଂ ତାଙ୍କ ସହଯୋଗୀ ବୃନ୍ଦ ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅତିଥିଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,କାଜୁନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଅଞ୍ଚଳ କର୍ପୋରେଟର ଆର୍ ପାବନୀ, ଆର୍ବନ ବ୍ୟାଙ୍କ ସଭାପତି ଆର୍ ମୁରଳି ମୋହନ ଭିଷ୍ମାଚାର୍ଯ୍ୟ ଚୌଧୁରୀ। ପ୍ରମୁଖ ଯୋଗଦେଇ ଥିଲେ। ଗାୟତ୍ରୀ ପରିବାରର ବହୁ ସଦସ୍ୟ ,ସଦସ୍ୟା ଓ ଅଞ୍ଚଳ ବାସୀ। କଳସ ଯାତ୍ରାରେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.