ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୪୦ ହଜାର ଜୋରିମାନା…

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୪୦ ହଜାର ଟଙ୍କାଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ଗତ ୦୩.୯. ୨୦୧୯ ତାରିଖ ଦିନ ନାବାଳିକା ପିଡିତାର ବାପା ମାଆ କାମ କରିବାକୁ ବିଲକୁ ଯାଇଥିଲେ ପିଡିତା ନିଜ ଘରେ ଏକୁଟିଆ ଥିଲା ବାପା ମାଆ ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅ ଘରେ ନଥିଲା ଆଖ ପାଖ ସାହି ପଡ଼ିଶା ଖୋଜା ଖୋଜି କରିଥିଲେ କୌଣସି ସନ୍ଧାନ ପାଇ ପାରି ନଥିଲେ l ୩ ଦିନ ପରେ ପବିଙ୍ଗୀଆ ଗ୍ରାମର ସୁନୀଲ ଦିଗାଲ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ l ପୀଡିତା ଫେରିବା ପରେ ସମସ୍ତ ଘଟଣା କାନ୍ଦି କାନ୍ଦି ମୋତେ ବୁଲାଇ ନେବାକୁ କହି ନୂଆଁ ଗାଁକୁ ନେଇଯାଇ ଥିଲା ସେଠାରେ ପହଞ୍ଚିବା ପରେ ତାର ବଡ ଦିଦିକୁ ସ୍ତ୍ରୀ ଭାବରେ ରଖି ମାନସିକ ଶାରୀରିକ ନିର୍ଯାତନା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲା ଏବଂ ପୀଡିତାକୁ ମଧ୍ଯ ଧମକ ଦେଇ ଦୁଷ୍କର୍ମ କରିଥିବା କଥା କହିଥିଲା l
ପରେ ପୀଡିତାର ପରିବାର ରାଇକିଆ ଥାନାରେ ଏତଲା ଦେଇଥିଲେ l ପୋଲିସ ଏ ସଂକ୍ରାନ୍ତରେ ୬୧/୧୯ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ସୁନୀଲକୁ ଗିରଫ କରି ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାରର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ad-week
Leave A Reply

Your email address will not be published.