ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ ଶିବିର ଉଦଯାପିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଏ. ଏମ. ସି. ଏସ. କଲେଜରେ ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ୍ ଶିବିର ଉଦଯାପିତ ହୋଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି. ର ଅଧ୍ୟକ୍ଷ ରଦନ ମଲିକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ. ଜୟନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ, ପ୍ରାଧ୍ୟାପକ ଡ଼ଃ. ସତୀଶ ନାୟକ, ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଜିଲ୍ଲା ସଂଯୋଜକ ଡ଼ଃ.ନଳିନୀ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ l

ବିଭିନ୍ନ ଦିବସରେ ସାଧନ କର୍ମୀ ଭାବେ ଫୁଲବାଣୀ ବିଡିଓ ପ୍ରବୀଣ ବାଣୁଆ, ନିରୋଦ ଚରଣ ଖୁଣ୍ଟିଆ, ରଘୁନାଥ ମଣ୍ଡଳ,ଡ଼ଃ. ନଳିନୀ କୁମାରପାଣିଗ୍ରାହୀ, ହରିଶଙ୍କର ରାଉତ, ଲୋକନାଥ ମହାନ୍ତି, ସତୀଶ ନାୟକ, ବି. ଗୋବିନ୍ଦ ରାଓ, ଡ଼ଃ. ଜୟନ୍ତ ପଣ୍ଡା ଏନ. ଏସ. ଏସ.ର ଆଭିମୁଖ୍ୟ, ସଡ଼କ ସୁରକ୍ଷା, ଯୁବନେତୃତ୍ୱ, ବ୍ୟକ୍ତିତ୍ବ ବିକାଶ, ଭବିଷ୍ୟତ କର୍ମ ସଂସ୍ଥାନ, ପ୍ରାଥମିକ ଚିକିତ୍ସା, ନିଶାମୁକ୍ତ ସମାଜ ଗଠନ, ଗଣମାଧ୍ୟମର ସୁବିନିଯୋଗ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା l କନ୍ଧମାଳ ଜିଲ୍ଲାର ବାରଟି ମହାବିଦ୍ୟାଳୟରୁ ଏକ ଶହରୁ ଉର୍ଦ୍ଧ୍ୱ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ, ସ୍ବଚ୍ଛାସେବିନୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଏହି ଶିବିରରେ ଯୋଗଦେଇ ଦେଇଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ ଅଣଶିକ୍ଷକ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ସୂର୍ଯ୍ୟନାରାୟଣ ନାୟକଙ୍କ ସହଯୋଗରେ ଶିବିରଟି ସଫଳତାର ସହିତ ଉଦଯାପିତ ହୋଇଛି l

ad-week
Leave A Reply

Your email address will not be published.